ବରଗଡ଼ ଜିଲ୍ଲା ବିଜେପୁର ମହାଳୟା ଠାରୁ ଶୁଭାରମ୍ଭ ହେଲା ସାର୍ବଜନୀନ ଦୂର୍ଗାପୂଜା...

ବରଗଡ଼ ଜିଲ୍ଲା ବିଜେପୁର ମହାଳୟା ଠାରୁ ଶୁଭାରମ୍ଭ ହେଲା ସାର୍ବଜନୀନ ଦୂର୍ଗାପୂଜା...


ବରଗଡ଼,୨୨/୦୯ (ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ରେ ମହାଳୟା ଠାରୁ ୯ ଦିନଧରି ସାର୍ବଜନୀନ ଦୁର୍ଗାପୂଜା ଶୁଭାରମ୍ଭ ହୋଇଯାଇଛି। 

Ad..


ଲୋକ ପରମ୍ପରା ଓ ବିଜେପୁର ଜମିଦାରୀ ପରମ୍ପରା ଓ ପ୍ରଥା ଅନୁଯାୟୀ ଜମିଦାର ସନତ କୁମାର ଗଡତିଆ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତାଙ୍କ ବାସଭବନରୁ ଖଣ୍ଡା ଶୋଭାଯାତ୍ରା ବାହାରି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। 

         Ad..


ବିଜେପୁର ସ୍ଥାନୀୟ ଦାମୋଦର ଖଟା ର ପବିତ୍ର ଜଳରେ କଳସଅଧିବାସ ଅନୁଷ୍ଠିତ ହୋଇଥିଲା। ଜମିଦାର ଙ୍କ କୂଳ ପୁରୋହିତ ବଂଶଧର କିଶୋର ଚନ୍ଦ୍ର ପୂଝାରୀ ଙ୍କ ଦ୍ବାରା ପୂଜାର୍ଚ୍ଚନା ଶୁଭାରମ୍ଭ ହୋଇଛି। 

Ad..


ଆଜି ଠାରୁ ୯ ଦିନଧରି ବିଜେପୁର ବସଷ୍ଟାଣ୍ଡ ଠାରେ ଦୂର୍ଗାପୂଜା ପାଳନ ହେଉଛି। ଚଳିତ ବର୍ଷ ବିଜେପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ରେ ବିଜେପୁର ଜମିଦାର ତଥା ବର୍ତ୍ତମାନ ର ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ସନତ କୁମାର ଗଡତିଆ ସଭାପତି ଓ ସମ୍ପାଦକ ଭାବରେ ଜନାର୍ଦ୍ଦନ ପାଣିଗ୍ରାହୀ ରହିଛନ୍ତି। 

Ad..


ଏଥିର ଦୂର୍ଗାପୂଜା ରେ ୯ ଦିନ ଧରି ବିଛିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସ୍ବତନ୍ତ୍ର ଭାବରେ ରକ୍ତ ଦାନ, ମେଣ୍ଢା ଲଢେଇ, ରାବଣ ଦରବାର, ବୈଠକି ପ୍ରଭୃତି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ଘୋଷଣା କରାଯାଇଛି। 

Ad..


ମହାଳୟା ଠାରୁ ଖଣ୍ଡାଧୂଆ ପର୍ବ ଆରମ୍ଭ ହୋଇ ଆସନ୍ତା ଷଷ୍ଠୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପରମ୍ପରା, ନିତି ନିତି ଓ ପ୍ର‌‌‌ଅନୁଯାୟୀ ଧୂମଧାମରେ ପୂଜାର୍ଚ୍ଚନା ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କର୍ତ୍ତା ତଥା ବିଜେପୁର ଜମିଦାର ବିଧାୟକ ସନତ କୁମାର ଗଡତିଆ ସୂଚନା ଦେଇଛନ୍ତି।

Ad..


ଦିର୍ଘ ୭୫ ବର୍ଷ ରୁ ଉର୍ଦ୍ଧ ହେବ ବିଜେପୁର ଠାରେ ସର୍ବସାଧାରଣ ଙ୍କ ପାଇଁ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ବିଜେପୁର ଜମିଦାର ଙ୍କ ବାସଭବନ କେଉଁ ଆବାହମାନ କାଳରୁ ପରମ୍ପରା ଓ ପ୍ର‌‌‌ଅନୁଯାୟୀ ଦୂର୍ଗାପୂଜା ହୋଇଥାଏ। 



Report : Bijay ku sahu

Edited by k.s thakur...





Post a Comment

Previous Post Next Post