ରବିବାର ବିଳମ୍ବିତ ରାତ୍ରରେ ମାଁ ମାହେଶ୍ୱରୀଙ୍କର ଖଣ୍ଡା ଲେଉଟା ପର୍ବ ଅନୁଷ୍ଠିତ...

ରବିବାର ବିଳମ୍ବିତ ରାତ୍ରରେ ମାଁ ମାହେଶ୍ୱରୀଙ୍କର ଖଣ୍ଡା ଲେଉଟା ପର୍ବ ଅନୁଷ୍ଠିତ...


ବରଗଡ଼,୨୨/୦୯ (ବିଜୟ କୁମାର ସାହୁ): ଅତାବିରା ବ୍ଲକ ଗମ୍ଭାରୀପାଲି ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ପବିତ୍ର ମହାଳୟା ଅମାବାସ୍ୟା ଉପଲକ୍ଷେ ରବିବାର ବିଳମ୍ବିତ ରାତ୍ରରେ ମାଁ ମାହେଶ୍ୱରୀଙ୍କର ଖଣ୍ଡା ଲେଉଟା ପର୍ବ ଅନୁଷ୍ଠିତ ହୋଇଯାଇଛି। 

Ad..


ପୂଜକ ସନ୍ତୋଷ ମହାକୁର ପୂଜା କଲା ପରେ ମା ମାହେଶ୍ୱରୀଙ୍କର ଶାଳକା ବାଡି଼ଙ୍କୁ ଛତ୍ର ବୈରଗ ସହ ଢୋଲ ନିଶାନ ମୁହୁରି ଓ ଘଣ୍ଟ ଶଙ୍ଖ ବଜାଇ ବେଜି ମାନଙ୍କ ଦେହରେ ବରୁଆ ଆହ୍ୱାନ କରାଯାଇ ନିକଟସ୍ଥ ପୁଷ୍କରିଣୀକୁ ସ୍ନାନ ଯାତ୍ରାରେ ନିଆ ଯାଇଥିଲା। 

         Ad..


ମାନଙ୍କୁ ମହାସ୍ନାନ କରାଯାଇ ଘାଟରେ ଖଣ୍ଡା ଲେଉଟା ପୂଜା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମନ୍ଦିରର ସମସ୍ତ ସେବାୟତ ବୃନ୍ଦ, କମିଟି ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

Ad..


ସେହିପରି ସର୍ବ ପୁରାତନ ପୀଠ କୁରୁଆଁ, ପୋଡ଼ବାଡି ସମେତ ପତ୍ରାପାଲି, ବୁଗବୁଗା, ଗୁରଖାପାଲି, ବଇପୁର, ଉଦେପୁର, ପଥରଲ୍ଲା, ବକଟି, ଅପାମରା, ସିଆଲଖଣ୍ଡଥା, ବାଘପାଲି, ଗୁନିଆପାଲି, ଅମ୍ଳୀପାଲି, କୁବେଡେଗା, ହିରୋମୁଣ୍ଡା, ବରଗଡ଼ ବରଗାଁ...

Ad..


ଭେଡେନ ବରଗାଁ,ବସେଇକେଲା, ଅରେଇଗୁଡ଼ି,ଲାଉନ ସରା, ମହଦା ଓ ତାଲଗାଁ ମାହେଶ୍ୱରୀ ମନ୍ଦିରରେ ମଧ୍ୟ ମାଁ ମାହେଶ୍ୱରୀଙ୍କର ଖଣ୍ଡା ଲେଉଟା ପର୍ବ ଅନୁଷ୍ଠିତ ହୋଇଯାଇଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post