ବରପାଲି ବ୍ଲକ ଅନ୍ତର୍ଗତ ଜୁହ୍ନାବ୍ରାହ୍ମଣୀ ଗ୍ରାମରେ ମାଁ କରମ ସାନୀ ପୂଜା ଅନୁଷ୍ଠିତ...

ବରପାଲି ବ୍ଲକ ଅନ୍ତର୍ଗତ ଜୁହ୍ନାବ୍ରାହ୍ମଣୀ ଗ୍ରାମରେ ମାଁ କରମ ସାନୀ ପୂଜା ଅନୁଷ୍ଠିତ...


ବରଗଡ଼,୨୨/୦୯ (ବିଜୟ କୁମାର ସାହୁ):  ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଜୁହ୍ନାବ୍ରାହ୍ମଣୀ ଗ୍ରାମରେ ମାଁ କରମ ସାନୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ଗ୍ରାମର ଆବାଳବୃଦ୍ଧ ବନିତାଗଣ ଉପସ୍ଥିତ ରହି ଗ୍ରାମର ମଙ୍ଗଳ କାମନା କରି ଗ୍ରାମ ପରିକ୍ରମା କରାଗଲା। 

Ad..


ରାତ୍ରିରେ ସମସ୍ତେ ଉଜାଗର ରହି ମାଁ କରମସାନୀଙ୍କୁ ପୂଜା ଅର୍ଚ୍ଚନା କରି ଅନେକ ବାହାକ ,ଗାହାକ ଦ୍ବାରା ସଙ୍ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ  ନିପୁତ୍ରକେ ପୁତ୍ର ଦାୟିନୀ ନିର୍ଦ୍ଧନ କେ ଧନ ଦାୟିନୀ ମାଁ ଦୁର୍ଗତି ନାଶିନୀ ମାଁ କରମସାନୀଙ୍କ ପୂଜାରେ ଗ୍ରାମର ମହେଶ୍ଵର ଦିଶ୍ରୀ ଏବଂ ଅହଲ୍ୟା ଦିଶ୍ରୀ ମନସ୍ଥ କରି... 

Ad..


ପୂଜାର୍ଚ୍ଚନା କରିବା ସହ ଗ୍ରାମର ମଙ୍ଗଳ କାମନା କରିଥିଲେ ଏବଂ ଶେଷରେ ଗ୍ରାମର ଭଦ୍ର ବ୍ୟକ୍ତି, ଗ୍ରାମ୍ୟ କମିଟି, ଗ୍ରାମର ଗୌନ୍ତିଆଙ୍କ ଉପସ୍ଥିତିରେ ମାଁ କରମସାନୀ ପୂଜା ଉଦଯାପନୀ କରାଯାଇଥିଲା।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post