ପାଇକମାଲ ବିଇଓଙ୍କ ଗ୍ରାମ ପରିଦର୍ଶନ...
ପାଇକମାଳ,୨୧/୦୯ (ବିଜୟ କୁମାର ସାହୁ) : ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନା ରବିବାର ଦିନ ପାଇକମାଳ ଗ୍ରାମପଞ୍ଚାୟତର ରଞ୍ଜିତପୁର ଓ ମିଠାପାଲି ଗ୍ରାମପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମ ପରିଦର୍ଶନ କରିଥିଲେ।
Ad..
ଏହି ସମୟରେ ସେ ଗ୍ରାମର ଛାତ୍ରଛାତ୍ରୀଙ୍କ ସହିତ ସାକ୍ଷାତ କରି, ପଢ଼ା-ଲେଖା, ଶିକ୍ଷାଳୟର ସୁବିଧା ଅସୁବିଧା ଓ ସେମାନେ କୌଣସି ସମସ୍ୟା ସମ୍ମୁଖୀନ ହେଉଛନ୍ତି କି ସେଥି ପ୍ରସଙ୍ଗରେ ଆଲୋଚନା କଲେ।
Ad..
ଛାତ୍ରଛାତ୍ରୀଙ୍କୁ ସେ ନୈତିକ ଉତ୍ସାହ ଦେଇଥିଲେ ଓ ନିୟମିତ ପଢ଼ାଶୁଣା କରି, ଶୃଙ୍ଖଳାବଦ୍ଧ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରିତ କଲେ । ସେମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଖାତା, କଲମ ଓ ଡ୍ରଇଂ ପେପର୍ ଭଳି ଶିକ୍ଷା ସାମଗ୍ରୀ ବଣ୍ଟନ କରିଥିଲେ।
Ad..
ସେ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ଶିକ୍ଷାଳୟରେ ଭର୍ତ୍ତି କରାଇବା ପାଇଁ ଅଭିଭାବକଙ୍କୁ ଆହ୍ୱାନ କଲେ ଓ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନ କରିଥିଲେ।
Ad..
ଛାତ୍ରଛାତ୍ରୀମାନେ ଏହି ସାକ୍ଷାତରେ ଖୁସି ପ୍ରକାଶ କରିଥିଲେ। ଅଭିଭାବକ ଓ ସ୍ଥାନୀୟ ଲୋକମାନେ କହିଥିଲେ ଯେ, ଏପରି ପରିଦର୍ଶନ ଛାତ୍ରମାନଙ୍କ ମନୋବଳ ବଢ଼ାଇବା ସହିତ ଶିକ୍ଷା ବିଭାଗ ଓ ଗ୍ରାମର ସମ୍ପର୍କକୁ ଆହୁରି ମଜବୁତ କରେ ହେବ ବୋଲି କହିଛନ୍ତି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
paikmaal





