ସୁନାରି ସମାଜ ର ଇଷ୍ଟଦେବତା ବିଶ୍ଵକର୍ମା ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ...

ସୁନାରି ସମାଜ ର ଇଷ୍ଟଦେବତା ବିଶ୍ଵକର୍ମା ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ...


ବରଗଡ଼,୧୮/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ବ୍ଲକ ସ୍ତରୀୟ ସୁନାରୀ ସମାଜ ର ବିଶ୍ଵକର୍ମା ପୂଜା ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

Ad..


ପଦ୍ମପୁର ଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ଦୁଇଦିନିଆ ବିଶ୍ଵକର୍ମା ପୂଜା ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ସୁନାରି ସମାଜ ର ସଭାପତି ଗୈନ୍ତିଆ କୁମାର ସାହୁ, ସମ୍ମାନୀତ ଅତିଥି ଭାବରେ ବରଗଡ଼ ଜିଲ୍ଲା ସଭାପତି ଅଚ୍ୟୁତାନନ୍ଦ ସାହୁ...

Ad..


ରିତେଶ ସରାଫ, ଅଶୋକ ସରାଫ, ନେତ୍ରାନନ୍ଦ ସରାଫ, ବରପାଲି ସଭାପତି କୃପାସାଗର ପୃଷ୍ଟି, ଯୋଗେନ୍ଦ୍ର ଚିନ୍ଦ୍ରା, ପାଇକମାଳ ସଭାପତି  ଚିତ୍ତରଞ୍ଜନ ସରାଫ,ପ୍ରେମ ସାଗର ଫୈଜଦାର, ପ୍ରମୁଖ ଙ୍କ ସମେତ ବହୁ ଅତିଥି ଓ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା... 

Ad..


ବରିଷ୍ଠ ସଦସ୍ୟ ପ୍ରମୁଖ ସୁନାରି ସମାଜ ର କର୍ମକର୍ତ୍ତା ଯୋଗଦାନ ଦେଇ ସୁନାରି ସମାଜ ର ସଂଗଠନ ଓ ବିଭିନ୍ନ ସାମାଜିକ କାର୍ଯ୍ୟ ଉପରେ ଅତିଥି ମାନେ ମତାମତ ଉପସ୍ଥାପନ କରିଥିଲେ। 

Ad..


ବ୍ଲକ ସ୍ତରୀୟ ସୁନାରୀ ସମାଜ ପଦ୍ମପୁର ଦ୍ବାରା ଆୟୋଜିତ ଉକ୍ତ ଦୁଇଦିନିଆ କାର୍ଯ୍ୟକ୍ରମରେ ସଭାପତି ଅନ୍ନଦା ସରାଫ ମଞ୍ଚ ରେ ସଭାପତିତ୍ବ କରିଥିବା ବେଳେ ପଦ୍ମପୁର ସମ୍ପାଦକ ଅନ୍ତର୍ଯ୍ୟାମୀ ସରାଫ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । 

Ad..


ସୁନାରି ସମାଜ ପଦ୍ମପୁର ର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ସବୁ ସହଯୋଗ କରିଥିଲେ। ସେହିପରି ବିଶ୍ଵକର୍ମା ପୂଜା ରେ ହର୍ଷବର୍ଦ୍ଧନ ସାହୁ ଓ ମିନତି ସାହୁ କର୍ତ୍ତା ଦାୟିତ୍ଵ ସମାପନ କରିଥିଲେ। 

ଅପରାହ୍ନ ରୁ ରାତ୍ରି ଭୋଜନ ପର୍ଯ୍ୟନ୍ତ ସୁନାରି ସମାଜ ର କଳାକାର ଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ,  ସଂଗୀତ, ଫେନସିଡ୍ରେସ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post