ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ...
ଭୁବନେଶ୍ଵର,୧୮/୦୯ : ଆଜିଠୁ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଆଜିଠୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ଚାଲିବ ଅଧିବେଶନ । ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି ।
Ad..
ଆଜି ପ୍ରଥମ ଦିନରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଆଜି ସରଗରମ ହେବ ଅଧିବେଶନ । ଏଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରନ୍ତି ।
Ad..
ପୋଲିସ କମିଶନରଙ୍କ ସହ ଡିଜି ବିଧାନସଭାରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ସହ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଆନ୍ଦୋଳନକରୀଙ୍କୁ ରୋକିବା ପାଇଁ ନିଆଯାଇଛି ସୁରକ୍ଷା ବ୍ୟବସ୍ଥା । ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିବ ବିଧାନସଭା । ବିଧାନସଭା ପରିସରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
Ad..
ଗୃହ ଭିତରେ, ବାହାରେ ଏବଂ ବିଧାନସଭା ଗେଟ୍ ବାହାରେ ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । କିପରି ଗୃହ ଶାନ୍ତି ଶୃଙ୍ଖଳାରେ ଚାଲିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
Ad..
ମଙ୍ଗଳବାର ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଗୃହ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଥିଲେ ।ସେପଟେ ଏହି ଅଧିବେଶନରେ ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଗୃହ ଭିତରେ ଘେରିବାକୁ ବିଧାୟକ ଦଳ ବୈଠକରେ ପ୍ରସ୍ତୁତ କରିଛନ୍ତି ରଣନୀତି।
Ad..
ସାର, ମହିଳା ବିରୋଧୀ ହିଂସା ଓ ପଞ୍ଚାୟତରାଜ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବା ପାଇଁ ବୈଠକରେ ନିଷ୍ପତ୍ତି ନେଇଛି ବିଜେଡି। ସେଥିପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘୋଷଣା କଲେ ଏନେଇ ଏକ କମିଟି।
Edited by k.s thakur...
Tags:
Bhubaneswar
latest news
latest update
odisha daily current affairs
odisha news
vidhansabha mausami adhiveshan






