ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ...
ଭୁବନେଶ୍ଵର,୧୮/୦୯ : ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ। ୧୫ ଜଣ ବିଧାୟକଙ୍କ ସମର୍ଥନ ଥିବା ଅନାସ୍ଥା ପ୍ରସ୍ତାବ ଚିଠି ବିଧାନସଭା ସଚିବଙ୍କ ଜରିଆରେ ମାନ୍ୟବର ବାଚସ୍ପତିଙ୍କୁ ପ୍ରଦାନ କରାଯାଇଛି।
Ad..
ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ମୋହନ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି ।ସେପଟେ ଅନାସ୍ଥାରେ ସମର୍ଥନ ଦେବାକୁ କଂଗ୍ରେସ ବିଜେଡ଼ିର ସହଯୋଗ ଲୋଡ଼ିଛି । ବିରୋଧୀଦଳ ନେତାଙ୍କ ପ୍ରକୋଷ୍ଠକୁ ଯାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା।
Ad..
କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ, ତାରା ବାହିନୀପତି ଯାଇଥିବା ଜଣାପଡିଛି ।ବିଜେଡିର ସମର୍ଥନ ଲୋଡ଼ିବା ପରେ ତାରା ବାହିନୀପତି କହିଛନ୍ତି ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ ।
Ad..
ଅପରାହ୍ନ ୫ଟାରେ ବିଜେଡିର ବୈଠକ ଅଛି । ଆଲୋଚନା କରି ନିଷ୍ପତ୍ତି ଜଣାଇବେ କହିଛନ୍ତି ବିଜେଡି।ଅନେକ ଅଭିଯୋଗ ଆଣି କଂଗ୍ରେସ ଅନାସ୍ଥା ଆଗତ କରିଛି । ନିୟମ ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ ପାଇଁ ୧୫ ଜଣ ସଦସ୍ୟ ଆବଶ୍ୟକ ହେଉଥିବାବେଳେ ଦଳେର ୧୪ ଜଣ ବିଧାୟକ ରହିଛନ୍ତି ।
Ad..
ତେଣୁ ସିପିଆଇ (ଏମ୍)ର ଜଣେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏଥିରେ ସମର୍ଥନ ଜଣାଇଛନ୍ତି । ଅନାସ୍ଥା ପ୍ରସ୍ତାବରେ ମୋଟ ୧୫ ବିରୋଧୀ ବିଧାୟକ ଦସ୍ତଖତ କରିଛନ୍ତି । ଫଳରେ ଆଗାମୀ ଗୃହ କାର୍ଯ୍ୟରେ ପ୍ରସ୍ତାବ ଉପର ଆଲୋଚନା କରାଯିବ।
Ad..
Edited by k.s thakur...
Tags:
Bhubaneswar
congress
latest news
latest update
odisha daily current affairs
odisha news
politics






