ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଚିଣ୍ଟୁ ଅଗ୍ରୱାଲ ଗିରଫ...

ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଚିଣ୍ଟୁ ଅଗ୍ରୱାଲ ଗିରଫ...


କଣ୍ଟାବାଞ୍ଜି,୧୮/୦୯ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା। ବିଜେପିର ଜଣେ ଯୁବନେତା ତଥା ଠିକାଦାର, ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ।

Ad..


ଏନେଇ ମହିଳା ଜଣଙ୍କ ଅଭିଯୋଗ କରିବାରୁ ପୁଲିସ ଚିଣ୍ଟୁ ଅଗ୍ରୱାଲଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ସୂଚନାନୁସାରେ, ମହିଳା ଜଣକ ତାଙ୍କ ସ୍ଵାମୀଙ୍କ ସହ ସହରରେ ଏକ ଭଡ଼ା ଘରେ ରହୁଛନ୍ତି।

        Ad..


ମହିଳାଙ୍କ ସ୍ବାମୀଙ୍କ ସହ ଚିଷ୍ଣୁଙ୍କର ଭଲ ବନ୍ଧୁତା ଥିଲା । ଏଥିଯୋଗୁଁ ଚିଣ୍ଟୁ ଅନେକ ସମୟରେ ତାଙ୍କ ଘରକୁ ଯିବାଆସିବା କରୁଥିଲେ।ଗତ ୧୩ ତାରିଖ ରାତି ପ୍ରାୟ ୭ଟାରେ ଚିଣ୍ଟୁ ତାଙ୍କ ଘରକୁ ଯାଇଥିଲେ।ତେବେ ସେଠାରେ ମହିଳାଜଣଙ୍କ ଏକୁଟିଆ ଥିବା ସୁଯୋଗରେ ଚିଷ୍ଣୁ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Ad..


ଏହାସହ ଘଟଣା ସମ୍ପର୍କରେ କାହାରିକୁ କହିଲେ, ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ ବୋଲି କୁହାଯାଇଛି। ମହିଳା ଜଣକ ଏ ସଂପର୍କରେ ତାଙ୍କ ପ୍ରେମିକଙ୍କୁ ଜଣାଇବା ପରେ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଥ‌ିବା ବେଳେ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। 

Ad..


ଅନ୍ୟପଟେ, ମାମଲା ରୁଜୁ ପରେ ଅଭିଯୁକ୍ତ ଚିଣ୍ଟୁ ଫେରାର୍ ହୋଇଯାଇଥିବା ଜଣା ପଡ଼ିଥିଲା। ଚିଣ୍ଟୁ ବିଜେପିର ଅନେକ ରାଜନେତାଙ୍କ ନିକଟତମ ଲୋକ ହୋଇଥିବା ମଧ୍ୟ ଜନସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଥିଲା। 

Ad..


କିନ୍ତୁ ପୋଲିସ ନିଜ କାର୍ଯ୍ୟ ଦକ୍ଷତା ଦେଖାଇ ଦୁଷ୍କର୍ମ ଅଭିଯୋଗ ମାମଲରେ ଫେରାର ଥିବା ଠିକାଦାର ଚିଣ୍ଟୁ ଅଗ୍ରୱଲକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । କଣ୍ଟାବାଞ୍ଜି ପୁଲିସ ଚିଣ୍ଟୁକୁ ନୂଆପଡା ଜିଲ୍ଲାରୁ ଗିରଫ କରିଥିବା ଜଣାପଡିଛି । 

ପରେ ଚିଣ୍ଟୁର ଡାକ୍ତରୀ ମାଇନା କରିବା ସହ ବଳାତ୍କାର ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିବା ନେଇ ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ସୂଚନା ଦେଇଛନ୍ତି। ତେବେ ଚିଣ୍ଟୁ ର ଜ‌ମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।



Edited by k.s thakur...

Post a Comment

Previous Post Next Post