ବରଗଡ଼ ରୋଡ଼ ରେଳଷ୍ଟେସନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ; ଡିଆରଏମଙ୍କୁ ଭେଟିଲା ରେଳ ଉପଭୋକ୍ତା ସଂଘ...
ବରଗଡ଼,୧୯/୦୯ : ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ସମ୍ବଲପୁର ରେଳ ଡିଭିଜନର ଡିଆରଏମ ଶ୍ରୀ ସୁବାସ ଚୌଧୁରୀଙ୍କୁ ଭେଟି ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।
Ad..
ମୁଖ୍ୟତଃ, ଭୁବନେଶ୍ୱରକୁ ସକାଳ ଇଣ୍ଟରସିଟି, ଦିଲ୍ଲୀକୁ ସିଧାସଳଖ ଟ୍ରେନ, ସବ୍-ୱେରେ ଜଳ ନିଷ୍କାସନ, ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ପର୍ଯ୍ୟାପ୍ତ ଆଲୋକୀକରଣ ଓ ସିସିଟିଭି ବ୍ୟବସ୍ଥା, ଇସ୍ପାତ ଏକ୍ସପ୍ରେସ, ନାଗାବଳୀ ଏକ୍ସପ୍ରେସ ଓ ପୁରୁଣା କଟକ-ଭୁବନେଶ୍ୱର ଇଣ୍ଟରସିଟିକୁ ୫ ମିନିଟ ରହଣୀ କରିବା...
Ad..
ନାଗାବଳୀ ଏକ୍ସପ୍ରେସର ପୁରୁଣା କୋଚ ବଦଳାଇ ନୂତନ LHB କୋଚ ଲଗାଇବା, ବଲାଙ୍ଗୀରରେ ପିଟଲାଇନ୍ ବ୍ୟବସ୍ଥା କରି ସମ୍ବଲପୁର ପର୍ଯ୍ୟନ୍ତ ଆସୁଥିବା ଟ୍ରେନଗୁଡ଼ିକୁ ବଲାଙ୍ଗୀର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ସ୍ପେଶିଆଲ୍ ଟ୍ରେନଗୁଡିକରେ ବରଗଡ଼ ରୋଡ଼ରେ ରହଣୀ କରିବା...
Ad..
ସମ୍ବଲପୁର-ଜୁନାଗଡ଼ ରୋଡ଼ ପେସେଞ୍ଜର ଟ୍ରେନକୁ ଫାଷ୍ଟ ପେସେଞ୍ଜର କରିବା, ବରଗଡ଼ରେ ରେମ୍ପ ବ୍ୟବସ୍ଥା କରିବା, ଷ୍ଟେସନରେ ସିସିଟିଭି ବ୍ୟବସ୍ଥା, ଷ୍ଟେସନ ସମ୍ମୁଖରେ ରାସ୍ତା ମରାମତି ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆଲୋଚନା ସକାରାତ୍ମକ ଥିଲା।
Ad..
ଯେତିକି କାର୍ଯ୍ୟ ନିଜ କର୍ତ୍ତୁତ୍ୱରେ ଅଛି, ତାହାକୁ ସମାଧାନ ନିଶ୍ଚିତ ରୂପ କରାଯିବ ବୋଲି ଡିଆରଏମ ପ୍ରତିଶ୍ରୁତି ଦେଇଥିଲେ ଏବଂ ବାକି ସମସ୍ୟାର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦୃଢ଼ ସୁପାରିଶ କରାଯିବ ବୋଲି କହିଥିଲେ।
Ad..
ବରଗଡ଼-ନୂଆପଡା ରେଳଲାଇନ କାର୍ଯ୍ୟକ୍ଷମ ହେଲେ ବରଗଡ଼ ରୋଡ଼ ଏକ ଜଙ୍କସନ ଷ୍ଟେସନ ହେବ ଏବଂ ତାପରେ ଏହି ଷ୍ଟେସନରେ ଅନେକ ବିକାଶମୂଳକ କାର୍ଯ୍ୟ ହେବ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ।
Ad..
ଲିଫ୍ଟ ଓ କୋଚ ଡିସପ୍ଲେ ସିଷ୍ଟମ ପାଇଁ ବରଗଡ଼କୁ ଏକ ସ୍ବତନ୍ତ୍ର ଜେନେରେଟର ଦେଇଥିବାରୁ ଡିଆରଏମ ଶ୍ରୀ ଚୌଧୁରୀଙ୍କୁ ବରଗଡ଼ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇ ଦିଆଯାଇଥିଲା। ପରେ ସିନିୟର୍ ଡିସିଏମ ଶ୍ରୀମତୀ ଗରିମା ତିୱାରୀଙ୍କୁ ଭେଟି ସକାଳ ଇଣ୍ଟରସିଟି ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ତାଙ୍କୁ ମଧ୍ୟ ପ୍ରୟାସ କରିବା ପାଇଁ ଅନୁରୋଧ କରାଯାଇଥିଲା।
ଏହି ପ୍ରତିନିଧି ଦଳରେ ସଭାପତି ପ୍ରଦୀପ ଦେବତା, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ସମ୍ପାଦକ କମଳ ଯୋଶୀ, ବରିଷ୍ଠ ସଦସ୍ୟ କିଶୋର କୁମାର ରଥ ଓ ଉଦ୍ଧବ ଚରଣ ବେହେରା ଅଂଶଗ୍ରହଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
met DRM
odisha daily current affairs
rail upabhokta sangh







