ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ହଠାତ ମେସିନ ଅଚଳ ହେବା ଘଟଣାର ; ତଦନ୍ତ ଦାବୀକଲା ହସ୍ପିଟାଲ ବଞ୍ଚାଅ ଅଭିଯାନ...
(ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦେଲା ଅଭିଯୋଗପତ୍ର )
ବରଗଡ଼,୧୯/୦୯ (ବିଜୟ କୁମାର ସାହୁ): ବରଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଘଟିଥିବା ଅଭାବନୀୟ ଘଟଣା ର ଅଭିଯୋଗ ସାମ୍ନାକୁ ଆଣିଲା ହସ୍ପିଟାଲ ବଞ୍ଚାଅ ଅଭିଯାନ। ଗୁରୁବାର ପରିବାର ନିୟନ୍ତ୍ରଣ ଯୋଜନାରେ ଅସ୍ତ୍ରୋପଚାର କରିବା ସମୟରେ ହଠାତ...
Ad..
ବ୍ୟବହୃତ ମେସିନ ସବୁ ଅଚଳ ହୋଇ ଯିବା ଘଟଣାର ନିରପେକ୍ଷ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦେଶ୍ୟ ରେ ଜିଲ୍ଲାପାଳ ଅଫିସର ଦ୍ୱାରସ୍ତ ହେଲା ହସ୍ପିଟାଲ ବଞ୍ଚାଅ ଅଭିଯାନ।
Ad..
ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ବାରମ୍ବାର ଏପରି ଘଟଣା ଗୁଡିକ ସାମ୍ନାକୁ ଆସିଛି ବୋଲି ଭବାନୀ ସାହୁ ଅଭିଯୋଗ କରିଛନ୍ତି। ପୂର୍ବରୁ ଅସ୍ଥିଶଲ୍ୟ ବିଭାଗରେ ବୁଢାପଟା ଦେଇ ଚିକିତ୍ସା କରାଯାଉ ଥିବା ଅଭିଯୋଗ ଗଣମାଧ୍ୟମ ରେ ଆସିଥିଲା।
Ad..
ସେହିପରି ସ୍ୱାସ୍ଥ୍ୟ ସେବାରେ ଅଭାବ ଦେଖା ଦେଉଥିବା ରୁ ମୁଖ୍ୟ ଚିକିତ୍ସାଳୟ ଏକ ପ୍ରକାର ରେଫେରାଲ ୟୁନିଟ ଭାବେ କାମ କରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ସାହୁ। ସେହିପରି ଅସ୍ଥିଶଲ୍ୟ ଡାକ୍ତର ନଥିବାରୁ ବହୁ ରୋଗୀ ହଇରାଣ ହେଉଥିବା ଅଭିଯୋଗ କରିଥିଲେ।
Ad..
ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ପୂଝାରୀ, ପ୍ରଶାନ୍ତ ନାୟକ, ସୁଶାନ୍ତ ସାହୁ, ଦିବାକର ମାଝୀ, ନିଖିଳ ପାଣିଗ୍ରାହୀ, ଜିଭି ରାଓ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
health service
latest news
latest update
odisha daily current affairs
odisha news





