ଓଡ଼ିଆ ବାଳକ ବିଦ୍ୟାଳୟ କ୍ଲଷ୍ଟରରେ ‘ଆସ ସ୍କୁଲ ଯିବା’ ଅଭିଯାନ ଅଧାରୁ ପାଠ ଛାଡି ଥିବା ୨୬ ଜଣ ଛାତ୍ର ଛାତ୍ରୀ ପୁଣି ପଢିବେ ପାଠ...

ଓଡ଼ିଆ ବାଳକ ବିଦ୍ୟାଳୟ କ୍ଲଷ୍ଟରରେ ‘ଆସ ସ୍କୁଲ ଯିବା’ ଅଭିଯାନ ଅଧାରୁ ପାଠ ଛାଡି ଥିବା ୨୬ ଜଣ ଛାତ୍ର ଛାତ୍ରୀ ପୁଣି ପଢିବେ ପାଠ...


ବରଗଡ,୧୯/୦୯ (ବିଜୟ କୁମାର ସାହୁ): ଅଧାରୁ ପାଠ ଛାଡିଥ‌ିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଆସ ସ୍କୁଲ ଯିବା’ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ  ବରଗଡ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ସୁରେନ୍ଦ୍ର କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ବରଗଡ ବ୍ଲକ୍‌ରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି। 

Ad..


ଏଥ‌ିପାଇଁ ଓଡ଼ିଆ ବାଳକ ବିଦ୍ୟାଳୟ କ୍ଲଷ୍ଟରର ସିଆରସିସି ଅର୍ଚିତା ପାଣିଗ୍ରାହୀ ଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନ ସୁଦ୍ଧା କ୍ଲଷ୍ଟରର ଅଧାରୁ ପାଠପଢ଼ା ଛାଡିଥ‌ିବା 26 ଛାତ୍ରଛାତ୍ରୀ ‘ଆସ ସ୍କୁଲ ଯିବା ଅଭିଯାନ’ରେ ସାମିଲ ହୋଇଛନ୍ତି। 

        Ad..


ଏହି 26 ଜଣଙ୍କ ମଧ୍ୟରେ 3 ଜଣ ଭିନ୍ନକ୍ଷମ (CWSN) ଛାତ୍ରଛାତ୍ରୀ ମଧ୍ୟ ଥିଲେ, ଯେଉଁମାନେ ପାଠପଢା ରୁ ବଞ୍ଚିତ ଥିଲେ। ସେଥିରେ ଶ୍ରିୟା ସିଂହ (locomotory disability) ଙ୍କୁ ତାଙ୍କ ଅଭିଭାବକ ବିଦ୍ୟାଳୟରେ ନାମ ଲେଖାଇବାକୁ ମନା କରୁଥିବା ସତ୍ତ୍ୱେ CRCC ଅର୍ଚିତା ପାଣିଗ୍ରାହୀ...

Ad..


ବାରମ୍ବାର ତାଙ୍କ ଘରକୁ ଯାଇ ସୈରେନ୍ଦ୍ରୀ ଆଚାର୍ଯ୍ୟଙ୍କ (ଓଡ଼ିଆ ବାଳକ ଉଚ୍ଚ ବିଦ୍ୟାଳୟ) ସହିତ ଅଭିଭାବକଙ୍କୁ ବୁଝାଇ PM Shree Govt. Girls High School ରେ age-appropriate admission କରାଇଥିଲା।

Ad..

ଅମ୍ବାପାଲି ଅଞ୍ଚଳର ଡ୍ରପ୍ ଆଉଟ ଛାତ୍ରଛାତ୍ରୀମାନଙ୍କୁ ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ ରେ ନାମ ଲେଖାଗଲା। ସେଥିପାଇଁ ଭୁରସୁଂଘ ବନ୍ଧ , ବଳିଟିକରା ଇତ୍ୟାଦି ଅଞ୍ଚଳରୁ ମଧ୍ୟ ପାଠଛଡ଼ା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇଛି।

Ad..


ସେମାନଙ୍କ ମଧ୍ୟରେ ଟୁନା ରଣା, ବିକାଶ ବେହେରା, ଅରବାଜ୍ ଖାନ୍, ରାଜତ ବେହେରା, ରୁକ୍ମିଣୀ ନାୟକ, ଗୁଣମଣି ଆଣ୍ଡିଲ୍ (CWSN), ଅମନ୍ ସନ୍ଧା, ନିରନ୍ ପତ୍ର, ଅନିତା ଆଣ୍ଡିଲ୍, ଲଳିତା ରାୟନ୍ତିଆ ଇତ୍ୟାଦି।

Ad..


ଏହି ସଫଳତାର ପଛରେ ବହୁତ ଶିକ୍ଷକଙ୍କ ସହଯୋଗ ରହିଛି। ସୁଦୀପ୍ତ ପାଣିଗ୍ରାହୀ (ଆମ୍ବେଦକର ନଗର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସୁଦୀପ୍ତ ପାଣିଗ୍ରାହୀ,ସମଲେଶ୍ଵରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ  ମନୋଜ ଦାଶ ,ସମଲେଶ୍ଵରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପ୍ରଦୀପ ସତପଥୀ ତେଜରାଜ ହୋତା...

ରଜନୀ ପାତ୍ର , ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦୀପ୍ ରଥ, ଶିକ୍ଷୟିତ୍ରୀ ସୁନିତା ମିଶ୍ର ଙ୍କ  ସହିତ ଅନ୍ୟାନ୍ୟ ପ୍ରଧାନ ଶିକ୍ଷକ  ଓ ସହକାରୀ  ଶିକ୍ଷକଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ ଦେଇଛନ୍ତି।

26 ଜଣ ପିଲା ପୁଣିଥରେ ଶିକ୍ଷାରେ ଯୋଗ ଦେବାରୁ ଅଭିଭାବକମାନେ ଖୁସି ପ୍ରକାଶ କରିଛନ୍ତି ଓ ସରକାରଙ୍କ ‘ଆସ ସ୍କୁଲ ଯିବା’ ଯୋଜନାକୁ ସ୍ବାଗତ କରିଛନ୍ତି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post