ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ର ନଗ୍ନ ରୂପ ; ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ହଠାତ ମେସିନ ଅଚଳ ହେବା ଘଟଣାର ତଦନ୍ତ ଓ କାର୍ଯାନୁଷ୍ଠାନ ଦାବି...

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ର ନଗ୍ନ ରୂପ ; ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ହଠାତ ମେସିନ ଅଚଳ ହେବା ଘଟଣାର ତଦନ୍ତ ଓ କାର୍ଯାନୁଷ୍ଠାନ ଦାବି...


ବରଗଡ଼,୧୯/୦୯ (ବିଜୟ କୁମାର ସାହୁ): ବରଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଘଟିଥିବା ଅଭାବନୀୟ ଘଟଣା ର ଅଭିଯୋଗ ସାମ୍ନାକୁ ଆଣିଲା ହସ୍ପିଟାଲ ବଞ୍ଚାଅ ଅଭିଯାନ। 

Ad..


ଗୁରୁବାର ପରିବାର ନିୟନ୍ତ୍ରଣ ଯୋଜନାରେ ଅସ୍ତ୍ରୋପଚାର କରିବା ସମୟରେ ହଠାତ ବ୍ୟବହୃତ ମେସିନ ସବୁ ଅଚଳ ହୋଇ ଯିବା ଘଟଣାର ନିରପେକ୍ଷ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦେଶ୍ୟ ରେ ଜିଲ୍ଲାପାଳ ଅଫିସର ଦ୍ୱାରସ୍ତ ହେଲା ହସ୍ପିଟାଲ ବଞ୍ଚାଅ ଅଭିଯାନ।

Ad..


ପୂର୍ବରୁ ଅସ୍ଥିଶଲ୍ୟ ବିଭାଗରେ ବୁଢାପଟା ଦେଇ ଚିକିତ୍ସା କରାଯାଉ ଥିବା ଅଭିଯୋଗ ଗଣମାଧ୍ୟମ ରେ ଆସିଥିଲା ସେହିପରି ସ୍ୱାସ୍ଥ୍ୟ ସେବାରେ ଅଭାବ ଦେଖା ଦେଉଥିବା ରୁ ମୁଖ୍ୟ ଚିକିତ୍ସାଳୟ ଏକ ପ୍ରକାର ରେଫେରାଲ ୟୁନିଟ ଭାବେ କାମ କରୁଥିବା ଅଭିଯୋଗ କରିଛି ସଂଗଠନ। 

    Ad..


ଘଟଣା କୁ ନେଇ ଜିଲ୍ଲା ରେ ଆଲୋଡନ ସୃଷ୍ଟି ହୋଇଛି। ଚର୍ଚ୍ଚା ରୁ ଜଣାପଡିଛି ଯେ ଗତକାଲି ପରିବାର ନିୟୋଜନ ଅସ୍ତ୍ରୋପଚାର ଚାଲିଥିବା ସମୟରେ ଅଧାରୁ ଅସ୍ତ୍ରୋପଚାର ପାଇଁ ଉଦ୍ଦିଷ୍ଟ ଯନ୍ତ୍ରପାତି (ମେଶିନ) ଅଚଳ ହୋଇ ପଡିଛି। ଫଳରେ ଅଧାରୁ ଅସ୍ତ୍ରୋପଚାର ଅଟକି ରହିଥିବା ସୂଚନା ମିଳିଛି। 

Ad..


ଅନ୍ୟପଟେ ଅସ୍ତ୍ରୋପଚାର ପାଇଁ ଆସିଥିବା ଅନେକ ମହିଳାଙ୍କୁ ଅସ୍ତ୍ରୋପଚାର ପୂର୍ବରୁ ଆବଶ୍ୟକ ନିଶ୍ଚେତକ ଦିଆଯାଇଥିବା ଯୋଗୁ ସେମାନେ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ରହିଥିବା ଜନନୀ ଓ ଶିଶୁ ଚିକିତ୍ସାଳୟ କକ୍ଷ ଶଯ୍ୟାରେ ରହିଥିବା ସୂଚନା ମିଳିଥିଲା। 

Ad..


ଏଭଳି ଅବ୍ୟବସ୍ଥାକୁ ନେଇ ସମ୍ପୃକ୍ତ ମହିଳାଙ୍କ ସହିତ ଆସିଥିବା ସେମାନଙ୍କ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଏଥିରୁ ଜିଲାର ସ୍ବାସ୍ଥ୍ୟସେବା ପଦାରେ ପଡିଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।ଗତକାଲି ଘଟିଥିବା ଘଟଣା ଅନୁଯାଇ ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। 

Ad..


ଜିଲ୍ଳାର ଡ଼ାକ୍ତରଖାନା ଗୁଡିକରେ ଡାକ୍ତର ପଦବୀ ଖାଲି ପଡିଥିବା ସାଧାରଣରେ ପରିଣତ ହୋଇଥିବାବେଳେ ଜିଲା ମୁଖ୍ୟ ଡାକ୍ତରଖାନାରେ ହାଡଭଙ୍ଗା ରୋଗୀଙ୍କୁ କାର୍ଡବୋର୍ଡ ଚିକିତ୍ସା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। 

ସେହିପରି ଡାକ୍ତର ନ ଥିବା ଯୋଗୁ ଗତ କିଛିଦିନ ହେଲା ବରଗଡ଼ କ୍ୟାନସର ହସ୍ପିଟାଲରେ ତାଲା ଝୁଲୁଥିବାବେଳେ ଗୁରୁବାର ଜିଲା ମୁଖ୍ୟ ଡାକ୍ତରଖାନାରେ ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। 

ଖୋଦ୍ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବରଗଡ଼ ଜିଲ୍ଲା ବିଜେପି ଦଳର ଦଳିୟ ଦାୟିତ୍ଵ ରେ ରହିଛନ୍ତି ଓ ଜିଲ୍ଲା ର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏଭଲି ଦୟନୀୟ ପରିସ୍ଥିତି ସୃଷ୍ଟି ହେବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚନା ଓ ସମାଲୋଚନା ବଢାଇଥିବା ବେଳେ ବିରୋଧି ଙ୍କ ପାଇଁ ହସର ଖୋରାକ ଯୋଗାଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post