ସୂଚନା ଓ ଲୋକସମ୍ପର୍କ ବିଭାଗ ଉତ୍ତରାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦିନିକିଆ ବରଗଡ଼ ଗସ୍ତ...

ସୂଚନା ଓ ଲୋକସମ୍ପର୍କ ବିଭାଗ ଉତ୍ତରାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦିନିକିଆ ବରଗଡ଼ ଗସ୍ତ...


ବରଗଡ଼,୧୯/୦୯ (ବିଜୟ କୁମାର ସାହୁ): ସୂଚନା ଓ ଲୋକସମ୍ପର୍କ ବିଭାଗ ଉତ୍ତରାଞ୍ଚଳ ଉପ-ନିର୍ଦ୍ଦେଶକ ଶ୍ରୀମତି କଲ୍ୟାଣୀ ଦାସ ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତଥା ସୂଚନା କେନ୍ଦ୍ର ଏବଂ ପାଠାଗାର ନିରୀକ୍ଷଣ କରିଛନ୍ତି ।  

Ad..


ନିରୀକ୍ଷଣ ସମୟରେ କାର୍ଯ୍ୟାଳୟରେ ଥିବା ସମସ୍ତ କାର୍ଯ୍ୟ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କାର୍ଯ୍ୟାଳୟ ସମସ୍ତ ଦସ୍ତବିଜ ଯାଞ୍ଚ କରି କର୍ମଚାରୀ ମାନଙ୍କ ସହ ଆଗାମୀ କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିବା ପାଇଁ ଦିଗ୍ଦର୍ଶନ ଦେଇଥିଲେ । 

        Ad..


ଏହାପରେ ସଂସ୍କୃତି ଭବନରେ ଥିବା ପାଠାଗାର ପରିଭ୍ରମଣ କରି ପାଠକଙ୍କ ସହ ଆଲଚୋନା କରିଥିଲେ ଏବମ ପାଠକଙ୍କ ସୁବିଧା ପାଇଁ ଯଥା ସମ୍ଭବ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।  

Ad..


ଶ୍ରୀମତି ଦାସ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିବା ଅବଗତ ହୋଇ ସନ୍ତୋଷ ପ୍ରକାଶ କରିବା ସହ ଆହୁରି ଉନ୍ନତ ପ୍ରଣାଳୀରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। 

Ad..


ଏହି ନିରୀକ୍ଷଣ କାର୍ଯ୍ୟ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ସହିତ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । 




Report : Bijay ku sahu

Edited by k.s thakur...


Post a Comment

Previous Post Next Post