ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବରଗଡ଼ କ୍ୟାନ୍ସର ହସ୍ପିଟାଲ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବରଗଡ଼ କ୍ୟାନ୍ସର ହସ୍ପିଟାଲ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...


(ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ୟୁନାଇଟେଡ ଫୋରମ ଫର କ୍ୟାନସର ହସ୍ପିଟାଲ କମିଟିକୁ ଦେଲେ ପ୍ରତିଶ୍ରୁତି)

ବରଗଡ଼,୧୯/୦୯ (ବିଜୟ କୁମାର ସାହୁ): ଖୁବ୍ ଶୀଘ୍ର ବରଗଡ଼ କ୍ୟାନ୍ସର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କହିଛନ୍ତି। 

Ad..


ଆଜି ଶୁକ୍ରବାର ଦିନ ବିଧାନସଭା ପରିସରରେ ଅବସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଶ୍ରୀ ମାଝୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ୟୁନାଇଟେଡ ଫୋରମ୍ ଫୋର୍ କ୍ୟାନସର ହସ୍ପିଟାଲ କମିଟିକୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ସରକାର ବରଗଡ଼ କ୍ୟାନ୍ସର ହସପିଟାଲର ସମସ୍ତ ସମ୍ଭାବନା ଉପରେ ଆଲୋଚନା କରିସାରିଛନ୍ତି। 

Ad..


ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ଓ ସୁପରିଚାଳନା ପାଇଁ ବିଭନ୍ନ ଦିଗ ଉପରେ ଆଲୋଚନା କରୁଛନ୍ତି ଏବଂ ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କମିଟିର ସଦସ୍ୟମାନଙ୍କୁ କହିଥିଲେ।

Ad..


ଏହି ଅବସରରେ ଫୋରମ୍ ପକ୍ଷରୁ ବରଗଡ଼ କ୍ୟାନ୍ସର ହସପିଟାଲରେ କେମୋଥେରାପି ସମ୍ପୂର୍ଣ୍ଣ ବନ୍ଦ ଥିବା ଏବଂ କେମୋଥେରାପି ସକାଶେ ବ୍ୟବହୃତ ହେଉଥିବା ହେମାଟିନିକ ଟ୍ୟାବଲେଟକୁ ରାଜ୍ୟ ସରକାରଙ୍କ ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ ବା ଓଏସଏମସିଏଲ୍ ଦ୍ବାରା କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସପିଟାଲ ଓ ଗବେଷଣା କେନ୍ଦ୍ର ଜରିଆରେ ଯୋଗାଇ ଦିଆଯାଉଥିବାରୁ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ। 

Ad..


ତେଣୁ ଏହାକୁ କର୍ପୋରେସନ ସିଧା ବରଗଡ଼ କ୍ୟାନ୍ସର ହସପିଟାଲକୁ ଯୋଗାଇ ଦେଉ ବୋଲି ଦାବି ଜଣାଇଥିଲେ, ଯାହାକୁ ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ। 

Ad..


ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ, ଭଟଲି ବିଧାୟକ ଇରାଶିସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Ad..


ପରେ ଫୋରମ୍ ର ପ୍ରତିନିଧିଦଳ ସ୍ଵତନ୍ତ୍ର ଭାବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ତାଙ୍କ ପ୍ରକୋଷ୍ଠରେ ସାକ୍ଷାତ କରି ଆଜିର ଆଲୋଚନା ପରିପ୍ରେକ୍ଷୀରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ କେମୋଥେରାପି ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ହେମାଟିନିକ ବଟିକାର ବରଗଡକୁ ସିଧାସଳଖ ପର୍ଯ୍ୟାପ୍ତ ଯୋଗାଣ କରିବା ନିଶ୍ଚିତ କରିବାକୁ ଅନୁରୋଧ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହା ଉପରେ ଆଜି ହିଁ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ। 

ଆଜିର ପ୍ରତିନିଧି ଦଳରେ UFCHB ର ଆବାହକ ପ୍ରଦୀପ ଦେବତା, ମୁଖ୍ୟ ସଂଯୋଜକ କୃଷ୍ଣ ଚନ୍ଦ୍ର ପଣ୍ଡା, ସଂଯୋଜକ ରବି ପଣ୍ଡା, ପ୍ରତାପ ନାୟକ, ଦୀପକ ରଥ, ଭରତ ସାହୁ, ଗୋପାଳ ଶର୍ମା ଓ ଦୀପେଶ ଯୋଶୀ ଅଂଶଗ୍ରହଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post