ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର...

ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର...


ଭୁବନେଶ୍ବର,୨୦/୦୯ : ରାଜ୍ୟରେ ଖୋଲିବାକୁ ଯାଉଛି ବନ୍ଦ୍‌ ପଡ଼ିଥିବା ମଦ ଦୋକାନ। ବିଭାଗ ତରଫରୁ ଅନୁମତି ମିଳିଛି ଯେ ରାଜ୍ୟରେ ବନ୍ଦ୍‌ ପଡ଼ିଥିବା ୭୦ ଗୋଟି ମଦ ଦୋକାନ ଏବେ ଖୋଲିବ।

Ad..


୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି। ବାଲେଶ୍ୱରରେ ସର୍ବାଧିକ ୧୭ଟି, ଗଞ୍ଜାମରେ ୧୦ଟି, ନୟାଗଡରେ ୯ଟି, ମୟୂରଭଞ୍ଜରେ ୮ଟି, କଟକରେ ୭ଟି...

         Ad..


ରାଉଲକେଲାରେ ୫ଟି, କେଉଁଝରରେ ୩ଟି, ବ୍ରହ୍ମପୁରରେ ୪ଟି, ବଲାଙ୍ଗୀରରେ ୨ଟି, କନ୍ଧମାଳରେ ୩ଟି ଏବଂ ମାଲକାନଗିରି, ସମ୍ବଲପୁରରେ ୧ଟି ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର।

Ad..


ସେହିପରି ପୁରୀ ରେ ୩ଟି ଓ ଭୁବନେଶ୍ୱରରେ ୧ଟି ନୂଆ ଠିପି ଖୋଲା ମଦ ଦୋକାନ  ଖୋଲିବେ ପାଇଁ ବିଭାଗ ପାଖରେ ରହିଛି ପ୍ରସ୍ତାବ। ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରହିଥିବା ସୂଚନା ଅଛି। 

Ad..


ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଉତ୍ତର ରଖିଛନ୍ତି। 




Edited by k.s thakur...



Post a Comment

Previous Post Next Post