ଓଡ଼ିଶା ବିଧାନସଭା ପରିସରରେ ସ୍ୱର୍ଗତ ଜର୍ଜ ତିର୍କିଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ...
ଭୁବନେଶ୍ଵର,୨୦/୦୯ : ସ୍ୱର୍ଗତ ଜର୍ଜ ତିର୍କିଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ବିଶିଷ୍ଟ ଆଦିବାସୀ ନେତା ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ବତନ ବିଧାୟକ ସ୍ୱର୍ଗତ ଜର୍ଜି ତିର୍କିଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।
Ad..
ଓଡ଼ିଶା ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ଜର୍ଜ ତିର୍କୀ ଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
Ad..
ଏହା ପରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଝୁନମୁରଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯିବ ।ଗତ କିଛିମାସ ଧରି ସେ ଅସୁସ୍ଥ ଥିଲେ । ପ୍ରଥମେ ରାଉରକେଲା ଇସ୍ପାତ୍ ଜେନେରାଲ୍ ହସ୍ପିଟାଲ୍କୁ ନିଆଯାଇଥିଲା ଏବଂ ପରେ ଭୁବନେଶ୍ଵରକୁ ଅଣାଯାଇଥିଲା।
Ad..
ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି । ମେଡ଼ିକାଲରୁ ସିଧାସଳଖ ତାଙ୍କୁ ବିଧାନସଭାକୁ ନିଆଯାଇଥିଲା । ସେଠାରେ ପ୍ରଥମେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
Ad..
Edited by k.s thakur...
Tags:
Bhubaneswar
cm mohan Majhi
latest George tirki
latest news
latest update
odisha daily current affairs
odisha news
vidhansabha area





