ଜନ୍ମ ଦେଇଥିବା ମାଁ ଫିଙ୍ଗିଦେଇ ଚାଲିଗଲା, ନବଜାତଙ୍କ ମୃତ ଶରୀର ସତ୍କାର କଲା ସଂକଳ୍ପ ପରିବାର...
ବରଗଡ଼,୨୬/୦୯ (ବିଜୟ କୁମାର ସାହୁ) : ମାଁ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଗଭୀର ସ୍ନେହ,ଅଦ୍ୟମ ସାହସ ଓ ତ୍ୟାଗର ପ୍ରତୀକ। ମାଁ ବୋଲି ଏହି ଗୋଟିଏ ଅକ୍ଷର ଦୁନିଆରେ ସବୁଠୁ ମଧୁର, ପଣତ କାନିରେ ଘୋଡେଇ ଦେଲେ ଛୋଟ ଲାଗେ ଏ ସଂସାର।
Ad..
ଆଜି ଦଶହରା ଶାରଦୀୟ ଦୁର୍ଗାପୂଜା ଅବସରରେ ଚାରିଆଡେ ମାଁ ଜଗତଜନନୀଙ୍କ ପୂଜାର୍ଚନାରେ ପ୍ରକମ୍ପିତ ହେଉଥିବା ବେଳେ ସେହି ମାଁ ଶବ୍ଦରେ ଆଜି କଳଙ୍କ ବୋଳିଦେଇଛି ଜଣେ ମାଁ ରୁପି ରକ୍ଷାସୀ ନିଜ ଗର୍ଭରେ ନମାସ ଦଶଦିନ ଧରି ଏକ ଶିଶୁକୁ ଜନ୍ମ ଦେବା ପରେ କେନାଲ ଭିତରକୁ ଫିଙ୍ଗିଦେଇ ଚାଲିଗଲା।
Ad..
ଦୁନିଆ କଣ କିଛି ବୁଝିବା ପୂର୍ବରୁ ଜୀବନ ଚାଲିଯାଇଥିଲା ନିଷ୍ପାପ ଶିଶୁର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବିଜୟପଲ୍ଲୀ ଫାଣ୍ଡି ଅଧିନସ୍ତ ଗବିନ୍ଦପୁର ଗ୍ରାମରେ।
Ad..
ଏନେଇ ଗ୍ରାମବାସୀ ଖବର ପାଇବା ପରେ ବରପାଲି ପୋଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳକୁ ପୋଲିସ ପହିଞ୍ଚି ମୃତ ଶିଶୁର ଶବ ଜବତ କରିବା ସହିତ ବରପାଲି ଥାନା 17/25ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି...
Ad..
ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛେଦ କରାଇଥିଲା ଆଜି ଶୁକୃବାର ଘଟଣାର 72 ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମୃତ ଶିଶୁର କୌଣସି ପରିଚୟ ବା ଦାବିଦାର ନଆସିବାରୁ ବରପାଲି ପୋଲିସ ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ ଙ୍କ ସହିତ...
Ad..
ମୃତ ନବଜାତ ଶିଶୁର ଶବ ସତ୍କାର କରିବା ପାଈଁ ଯୋଗାଯୋଗ କରିଥିଲେ ଖବର ପାଇବା ପରେ ବିକାଶ ଅଗ୍ରୱାଲ, ଶେଷଦେବ ପଧାନ, ରାଜକୁମାର ବନଛୋର, ଲୋକନାଥ ମେହେର ପ୍ରମୁଖ ବରଗଡ଼ ପିପଲମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାର କୁ ପହଁଞ୍ଚି...
Ad..
ବରପାଲି ପୋଲିସ ଏସିଷ୍ଟାଣ୍ଡ ସବ ଇନିସ୍ପେକ୍ଟର ଏମ. ବାଗଙ୍କ ଉପସ୍ଥିତିରେ ମୃତ ଶିଶୁକୁ ସମାଧି ଦେଇଥିଲେ। ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ଏତାଦୃଶ୍ୟ ସାମାଜିକ କାର୍ଯ୍ୟକୁ ପୋଲିସ କର୍ମଚାରୀ ସହିତ ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
sankalpa pariwaar







