ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେଲେ ଅମିତ ଗୁରୁ...
ସମ୍ବଲପୁର,୨୭/୦୯ : ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଅମିତ ଗୁରୁ। କଂଗ୍ରେସର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିବା ଶ୍ରୀ ଗୁରୁଙ୍କ ଉପରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଆସ୍ଥା ପ୍ରକଟ କରିଛି।
Ad..
ଗତକାଲି ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାଁ ଘୋଷଣା ହୋଇଛି। ଏଆଇସିସି ସାଧାରଣ ସମ୍ପାଦକ କେସି ଭେଣୁ ଗୋପାଳ ତାଲିକା ପ୍ରକାଶ କରିଛନ୍ତି। ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଥିଲେ।
Ad..
ରାଜସ୍ଥାନର ଇନ୍ଦ୍ରରାଜ ଗୁଜ୍ଜର ସମ୍ବଲପୁରରେ ସମସ୍ତ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏଠାରେ ହୋଇଥିବା ଆଲୋଚନା ଆଧାରରେ ସେ ଏଆଇସିସିରେ ତଥ୍ୟ ରଖିଥିଲେ। ପୂର୍ବରୁ ଜିଲ୍ଲା ସଭାପତି ଭାବେ ଦୁର୍ଗା ପାଢ଼ୀ ନିଯୁକ୍ତ ହୋଇଥିଲେ।
Ad..
ପରବର୍ତ୍ତୀ ସମୟରେ ଜିଲ୍ଲା ସଭାପତିକୁ ଜିଲ୍ଲା ସଂଯୋଜକ ବୋଲି ଘୋଷଣା କରାଯାଇଥିଲା। ତେଣୁ ଜିଲ୍ଲା ସଂଯୋଜକଙ୍କ ଅଧୀନରେ କଂଗ୍ରେସ କିଛି ମାସ ଧରି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିଲା।
Ad..
ଜିଲ୍ଲା ସଭାପତି ପତି ନିଯୁକ୍ତ ହୋଇଥିବା ଅମିତ ଗୁରୁ ୨୦୦୮ରେ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ। ପରେ ସମ୍ବଲପୁର ଲୋକସଭା ମଣ୍ଡଳୀର ମଧ୍ୟ ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ କରିଛନ୍ତି।
Ad..
୨୦୨୩ରେ ସେ ପିସିସିର ସମ୍ପାଦକ ଭାବେ ଦାୟିତ୍ବରେ ଅଛନ୍ତି। ଏହାକୁ ନେଇ ଗୁରୁ କହିଛନ୍ତି, କଂଗ୍ରେସକୁ ଅଧିକ ମଜବୁତ କରିବାକୁ ଉତ୍ତମ ରଣନୀତି ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଏଆଇସିସି ଓ ପିସିସିର ନିର୍ଦ୍ଦେଶ ଅନୁସାରେ ରାଜ୍ୟ ଓ କେନ୍ଦ୍ର ଚନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ଦୃଢ଼ ବିରୋଧ କରାଯିବ।
Ad..
ଏହା ସହ ସମ୍ବଲପୁର ଜିଲ୍ଲାର ସମସ୍ତ ନେତା,କର୍ମୀ ଓ ଦଳକୁ ସଶକ୍ତ କରାଯିବ। ଏପେଟ, ଶ୍ରୀ ଗୁରୁ ଗୁରୁଙ୍କୁ ଦାୟିତ୍ବ ମିଳିବା ପରେ ଏହାକୁ ସ୍ବାଗତ କରିଛନ୍ତି ପିସିସି ସମ୍ପାଦକ ଦିଲୀପ ଦୁରିଆ।
ଡବଲ୍ ଇଞ୍ଜିନ୍ ସରକାରରେ ହେଉଥିବ ନାରୀ ନିର୍ଯାତନା ବିରୋଧରେ ଦୃଢ଼ ବିରୋଧ କରାଯିବ। ଜିଲ୍ଲାରେ କଂଗ୍ରେସର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ସ୍ବତନ୍ତ୍ର ଯୋଜନା କରାଯିବ ବୋଲି ଶ୍ରୀ ଗୁରୁ କହିଛନ୍ତି।
Edited by k.s thakur...
Tags:
AICC
amit kumar guru
congress
district president
latest news
latest update
odisha daily current affairs
odisha news
politics
Pradesh Congress committee
Sambalpur







