କୁଳଡ଼ିହା ବନ ବିଭାଗର ଚଢ଼ାଉ, ଦୁଇ ଚୋରା କରତକଳ ଜବତ...

କୁଳଡ଼ିହା ବନ ବିଭାଗର ଚଢ଼ାଉ, ଦୁଇ ଚୋରା କରତକଳ ଜବତ...


ନୀଳଗିରି,୧୧/୯: କ୍ସନ ମୋଡ୍‌ରେ ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡ଼ିହା ବନ ବିଭାଗ  ଅଭୟାରଣ୍ୟ ସୀମାନ୍ତ ହାତୀଖୁଲିଆ ସେକ୍ସନ ଅଞ୍ଚଳରେ ଚାଲିଥିବା ୨ଟି ବେଆଇନ  କରତକଳରେ ଚଢ଼ାଉ କରି ୧୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରିଛି ବନ ବିଭାଗ।

Ad..


ସୂଚନା ମୁତାବକ, ବାଲେଶ୍ଵରରେ ନୂତନ କରି ଡିଏଫଓ ଯୋଗଦାନ କରିବା ପରେ ଜିଲ୍ଲାର ୫ଟି ରେଞ୍ଜର ଅଧିକାରୀ ଓ କର୍ମଚାରୀଙ୍କୁ ଡକାଇ କୌଣସି ବେଇଆନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ତାଗିଦ କରିଥିଲେ 

         Ad..


ଏପରିକି ମିଡ଼ିଆ ସାକ୍ଷାତକାରରେ ଆଗାମୀ ଦିନରେ କିଭଳି ତାଙ୍କର କାର୍ଯ୍ୟପନ୍ଥା ରହିବ ସେ ବିଷୟରେ ପ୍ରତିକ୍ରିୟା ରଖିଥିଲେ  ଏହାପରେ କୁଳଡିହା ରେଞ୍ଜର ଦାୟିତ୍ୱରେ ଥିବା ଏସିଏଫ ସୁବ୍ରତ ବେହେରା କ୍ସନ ମୋଡ୍କୁ ଆସିଛନ୍ତି  

Ad..



ଗୁରୁବାର ଭୋର ସମୟରେ ହାତୀଖୁଲିଆ ସେକ୍ସନ ଅଧିନ ଦହିପୁର ଓ ଜଗନ୍ନାଥପୁର ଅଞ୍ଚଳରେ ଚାଲିଥିବା ବେଆଇନ କରତକଳ ଉପରେ ଅଚାନକ ଚଢ଼ାଉ କରିଥିଲେ। ଚଢାଉ କରି ୧୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଥିବା ବେଳେ ମାଲିକ ଫେରାର ଅଛନ୍ତି 

Ad..


ତେବେ ଯେଉଁ ଜାଗାରେ କରତକଳ ଚାଲୁଥିଲା ସେହି ଜାଗାର ମାଲିକଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।




Edited by k.s thakur...

Post a Comment

Previous Post Next Post