ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛି ବିଜେପି ସରକାର: ବିଜେଡ଼ି...

ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛି ବିଜେପି ସରକାର: ବିଜେଡ଼ି...


ଭୁବନେଶ୍ବର,୧୧/୦୯ : ପୃଥିବୀରେ ଯେଉଁଠି ଗଣତନ୍ତ୍ରକୁ ହତ୍ୟା କରାଯାଇଛି, ସେଠି ବିଦ୍ରୋହ ହୋଇଛି। ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ପରେ ଏବେ ଫ୍ରାନ୍ସ । ଆଜି ଭାରତ ବର୍ଷରେ ଓଡ଼ିଶା ପରି ରାଜ୍ୟରେ ଗଣତନ୍ତ୍ର ପ୍ରତି ଗଭୀର କୁଠାରଘାତ ହୋଇଛି। ସମ୍ବିଧାନ ସଂଶୋଧନ ପାଇଁ ବହୁ ମହାପୁରୁଷ ଲଢେଇ କରିଥିଲେ। 

      Ad..


ଯାହା ଫଳରେ ଗାଁର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରାଯାଇଥିଲା। ମହାତ୍ମାଗାନ୍ଧୀ ଏହା କରିଥିଲେ। ନବୀନ ପଟ୍ଟନାୟକ ବି କରିଥିଲେ। ହେଲେ ବିଜେପି ସରକାର ସବୁ କ୍ଷମତାକୁ ଅପହରଣ କରିବାକୁ ଷଡଯନ୍ତ୍ର କରି କ୍ୟାବିନେଟ ମୋହର ମାରିଲେ। 

         Ad..


ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶାରେ କାମକୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ହୋଇଥିଲା।  ବିକଶିତ ଗାଁ ବିକଶିତ ଓଡ଼ିଶାରେ କୌଣସି ମୁହୂର୍ତ୍ତରେ ଜିଲ୍ଲାପାଳ ଏହା ପରିବର୍ତ୍ତନ କରି ପାରିବେ। ସରକାରୀ ଅଧିକାରୀ ଆଗରେ ନିଜକୁ ସମର୍ପଣ କରି ଦେଲେ। 

Ad..


ଅଫିସର ଓ ଏକଜିକ୍ୟୁଟିଭ ଭିତରେ ପ୍ରଭେଦ ଜାଣି ନାହାନ୍ତି। ବିରୋଧୀ ବିଧାୟକଙ୍କ କଥା ନ ରଖିବାକୁ ଏହା ଯୋଜନା। ପଂଚାୟତ ପ୍ରତିନିଧିଙ୍କ କଥା ରହିବ ନାହିଁ। ଏତିକିରେ ମନ ମାନିଲା ନାହିଁୟ ଗତକାଲି କ୍ୟାବିନେଟ ମୋହର ମରିଲେ ଯେ ୨ ରୁ ୧୦ ଲକ୍ଷ କାମ ଅଧ୍ୟକ୍ଷ ପାଖକୁ ଯିବନି। କାରଣ ଅଧ୍ୟକ୍ଷମାନେ ବିଜେଡି ସମର୍ଥିତ।

Ad..


ସରକାରଙ୍କ ଡର ଯେ, କାମ କରି ପାରିବେ ନାହିଁ ପାଞ୍ଚ ବର୍ଷ ପଳେଇବ। କିଛି କାମ କରି ପାରିବ ନାହିଁ। ବାବୁ ରାଜ ଆରମ୍ଭ ହେଲା। BDO ଅଣନିଶ୍ୱାସୀ ।  ଏତେ ଚାପ ପଡୁଛି ଯେ ବିଜେପି କର୍ମୀଙ୍କ ଠାରୁ ଯେ ସରକାରୀ ବାବୁଙ୍କୁ ଧମକ ଦିଆଯାଉଛି। BDO ଚାକିରୁ ଏବେ ଅଭିଶାପ ହୋଇ ଯାଇଛି।

Ad..


ସେମାନଙ୍କ ଦ୍ୱାରା ଅନୈତିକ କାମ କରିବାକୁ ଏହା ସୁଚିନ୍ତିତ ଷଡଯନ୍ତ୍ର। ଗଣତନ୍ତ୍ରକୁ ହତ୍ୟା କରି କଣ ବିଶ୍ଵଗୁରୁ ହେବ? ଏହାକୁ ବିରୋଧ କରାଯାଉଛି. ଆଜି ସାରା ଓଡ଼ିଶାକୁ ବାର୍ତ୍ତା ଗଲା ଯେ ବିଜେପି ତ୍ରିସ୍ତରୀୟ ପଞ୍ଚାୟତିରାଜ ବିରୋଧୀ। ନିର୍ବାଚିତ ପ୍ରତିନିଧିଙ୍କୁ ସଙ୍କୁଚିତ କରିବାକୁ ଏହା ଷଡଯନ୍ତ୍ର। 

Ad..


ଯଦି ସରକାରୀ ବାବୁଙ୍କୁ ବିଜେପି କର୍ମୀ ଭାବେ ବ୍ୟବହାର କରିବେ ସରକାର, ବିଜେଡି ୩୧୪ ବ୍ଲକ ଓ ସମସ୍ତ ପଞ୍ଚାୟତରେ ଆନ୍ଦୋଳନ ହେବ। ଆଦେଶ ପ୍ରତ୍ୟହାର ନ ହେଲେ ଭୟଙ୍କର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି।

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ପଞ୍ଚାୟତକୁ କ୍ଷମତା ଦେବାକୁ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ଯୋଜନା କରିଥିଲେ। ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀ କୁହାଯାଉଥିଲା। ହେଲେ ବିଜେପି ସରକାରର କ୍ୟାବିନେଟ ନିଷ୍ପତ୍ତି ଗଣତନ୍ତ୍ରର ହତ୍ୟା।  ପଞ୍ଚାୟତର କ୍ଷମତା ସଂକୁଚିତ କରାଯାଉଛି। 

ଅଧ୍ୟକ୍ଷମାନଙ୍କ କାମ ତଦାରଖ କରିବାକୁ କ୍ଷମତା ରହୁଥିଲା। ହେଲେ ଏବେ ବିଲ ପାସର କ୍ଷମତା କି ପ୍ରଶାସନିକ ଅନୁମୋଦନରେ ନିୟନ୍ତ୍ରଣ ରହିବ ନାହିଁ। କେବଳ ବିଜେପି ସରକାର ଶାସନ କ୍ଷମତାକୁ ଅପବ୍ୟବହାର କରି ବ୍ଲକରୁ ପିସି ଆଦାୟ କରି ଟଙ୍କା ମାରି ପିଟି ଖାଇବେ। 

ଏହା ନିନ୍ଦନୀୟ। ଯଦି ନିଷ୍ପତ୍ତି ପରିବର୍ତ୍ତନ ନ ନ ହୁଏ, ୩୧୪ ବ୍ଲକରେ ପଞ୍ଚାୟତ ପ୍ରତିନିଧି ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବେ ବୋଲି ବିଜେଡି ଉପସଭାପତି ପ୍ରତାପ ଜେନା କହିଛନ୍ତି।




Edited by k.s thakur...

Post a Comment

Previous Post Next Post