ପାଞ୍ଚଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର...
ଭୁବନେଶ୍ଵର,୧୧/୦୯ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
Ad..
ନ୍ୟୁ ଭୁବନେଶ୍ବର ସିଟି ପାଇଁ ମାଷ୍ଟର୍ ପ୍ଲାନ୍ ଉପରେ ବାଜିଲା ମୋହର । ବୈଠକ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ।
Ad..
ମୁଖ୍ୟ ଶାସନ ସଚିବ କହିଛନ୍ତି, ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଗୋଟିଏ ଲେଖାଏଁ ଏହିପରି ମୋଟ ୫ଟି ବିଭାଗର ୫ ଟି ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦନ ମିଳିଛି।
Ad..
ନ୍ୟୁ ଭୁବନେଶ୍ବର ସିଟି ପାଇଁ ମାଷ୍ଟର୍ ପ୍ଲାନ୍ ଉପରେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ବିଡିଏ-ଏସଜେଆଇ ମିଳିତ ଭାବେ ନ୍ୟୁସିଟି ବିକଶିତ କରିବେ । ୧୫ ବର୍ଷରେ ଛିଡା ହେବ ସଂପୂର୍ଣ୍ଣ ନ୍ୟୁସିଟି । ପ୍ରକଳ୍ପ ପାଇଁ ୧୫ ବର୍ଷରେ ୮,୧୭୯ କୋଟି ଖର୍ଚ୍ଚ କରିବ ବିଡିଏ। ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ୮ଶହ ଏକର ଜମିରେ ଏହା ହେବ।
Ad..
ସେହିପରି ବିଡିଓମାନଙ୍କର ବିଲ୍ ପାସ୍ କରିବାର ଆର୍ଥିକ କ୍ଷମତା ୨ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କନିଷ୍ଠ ଓ ସହକାରୀ ଯନ୍ତ୍ରୀମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୈଷୟିକ ମଞ୍ଜୁରୀ ପ୍ରଦାନ କରିପାରିବେ । ସହକାରୀ ନିର୍ବାହୀ ଯନ୍ତ୍ରୀମାନେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ମଞ୍ଜୁରୀ ପ୍ରଦାନ କରିପାରିବେ ।
Ad..
ନିର୍ବାହୀ ଯନ୍ତ୍ରୀ ଓ ଅତିରିକ୍ତ ନିର୍ବାହୀ ଅଧିକାରୀମାନେ ୨୦ଲକ୍ଷରୁ ୧କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରୀ କରିପାରିବେ । ୪ କୋଟି ଟଙ୍କା ଯାଏ ପ୍ରକଳ୍ପ ଅନୁମୋଦନ ଦେଇପାରିବେ ଏସଇ। ୪ କୋଟିରୁ ଅଧିକ ପ୍ରକଳ୍ପ ଦେଇପାରିବେ ମୁଖ୍ୟଯନ୍ତ୍ରୀ।
Ad..
ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ୍ ପ୍ରଦାନ ଏବଂ ଫେରସ୍ତ ନିୟମାବଳୀ ପ୍ରଣୟନ କରାଯାଇଛି । ST,SC ଓ ଭିନ୍ନକ୍ଷମଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଦେବେ ପରୀକ୍ଷା ଫିସ୍ । ଏହା ସହ ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟାମବଳୀର ସଂଶୋଧନ କରାଯାଇଛି ।
ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ ପାଇଁ ବଢ଼ିଲା BDOଙ୍କ ଆର୍ଥିକ କ୍ଷମତା। ମୋଟର ଯାନ ଅଧିନିୟମରେ ଚାଲାଣ ଏକକାଳୀନ ସମାଧାନକୁ ଗୁରୁତ୍ବ ଦିଆଯାଇଛି । ବିଭିନ୍ନ କୋର୍ଟକୁ ପଠାଯାଇଥିବା ଚାଲାଣର ଫଇସଲା ପାଇଁ ହେବ କମିଟି । ବକେୟା ଜୋରିମାନା ଦୃଢ଼ତାର ସହ ଆଦାୟ ଉପରେ ଗୁରୁତ୍ବ ଦିଆଯାଇଛି ।
କ୍ୟାବିନେଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ୧୧୮ କୋଟି ୯୮ ଲକ୍ଷ ଟଙ୍କାରେ ୪୨୭ ଆମ୍ବୁଲାନ୍ସ କ୍ରୟକୁ ମଞ୍ଜୁରୀ ମିଳିଛି । ୮୬୦ଟି ଇଏମଏ (ଏମଏଏସ୍ ଆମ୍ବୁଲାନ୍ସ ମଧ୍ୟ ମଧ୍ଯରୁ ୪୨୧ଟି ୧ଟି ଆମ୍ବୁଲାନ୍ସ ୫ ବର୍ଷରୁ ଅଧିକ ଆମ୍ବୁଲାନ୍ସଗୁଡ଼ିକ ପରିବର୍ତ୍ତନ ପାଇଁ ନୂତନ ଆମ୍ବୁଲାନ୍ସ ଅଧିକ ପୁରୁଣା ହୋଇଥିବା ବେଳେ ୨ ଲକ୍ଷ ୫୦ ହଜାର କିଲୋମିଟର ଚାଲିଲାଣି।
ଏହି କ୍ରୟ ନିମନ୍ତେ ଆସିଥିବା ପ୍ରସ୍ତାବ ମଞ୍ଜୁରୀ ପାଇଛି। ଏହି ୪୨୮ଟି ଆମ୍ବୁଲାନ୍ସର ଆନୁମାନିକ କ୍ରୟ ମୂଲ୍ୟ ୧୧୮.୯୮ କୋଟି ଟଙ୍କା ମଧ୍ୟରୁ ୧୧୮.୬ କୋଟି ଟଙ୍କା ରାଜ୍ୟ ବଜେଟରୁ, ୦.୯୨ କୋଟି ଟଙ୍କା ଏମସିଏଲ ଯୋଗାଇ ଦିଆଯିବ।
ସେହିଭଳି ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଖୋଲାପୀ ଗାଡି ଚାଲନାଙ୍କ ବିରୋଧରେ ଆସିଥିବା ଜୋରିମାନା ଚାଲାଣ ଆଦାୟ କରି କରିବା ପାଇଁ ଏକକାଳୀନ ପ୍ରଦାନ ବ୍ୟବସ୍ଥା ଓ ଓଟିଏସ ସଂକ୍ରାନ୍ତୀୟ ମୋଟର ଯାନ ସଂଶୋଧନ ଆଇନକୁ କ୍ୟାବିନେଟରେ ମଞ୍ଜୁରୀ ଦିଆଯାଇଛି।
Edited by k.s thakur...







