ବିଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲା ଗାଇସିଲେଟ ସରପଞ୍ଚ ସଂଘ...
ବରଗଡ଼,୧୧/୦୯ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସରପଞ୍ଚ ମାନେ ସରପଞ୍ଚ ହେବାର ୩ ବର୍ଷ ରୁ ଉର୍ଦ୍ଧ ହୋଇଥିଲେ ବି ବର୍ତ୍ତମାନ ସୁଧା କୌଣସି ଉନ୍ନୟନମୂଳକ କାମ କିମ୍ବା କୌଣସି ସମସ୍ୟା ର ସମାଧାନ କରିନପାରିବାରୁ...
Ad..
ସରପଞ୍ଚ ସଂଘ ଆଜି ଗାଇସିଲେଟ ବ୍ଲକ ଗସ୍ତରେ ଆସିଥିବା ଗ୍ରାମୀଣ ବିକାଶ,ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ ଙ୍କୁ ଭେଟି ଅନେକ ସମୟ ଆଲୋଚନା କରିଥିଲେ ।
Ad..
ବ୍ଲକର ୧୯ଟି ପଞ୍ଚାୟତରେ ମାତ୍ର ୪ ଜଣ କନିଷ୍ଠ ଯନ୍ତ୍ରୀ ଅଛନ୍ତି ତେଣୁ ଆଉ ୪ ଜଣ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ନିଯୁକ୍ତି କରିବା । ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତା ଟଙ୍କା ଏକାଉଣ୍ଟରେ ପଡୁଥିବାରୁ ଅନେକ ଲୋକ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।
Ad..
ତେଣୁ ହିତାଧିକାରୀ ହାତକୁ କିଭଳି ସିଧାସଳଖ ଟଙ୍କା ପାଇପାରିବେ ଏବଂ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଥିବା ଲୋକଙ୍କୁ ମଧୁବାବୁ ପେନସନ ଯୋଜନାରେ ତୁରନ୍ତ ସାମିଲ କରିବା । ପ୍ରାଥମିକ ସ୍କୁଲ ଗୁଡିକ ଜରାଜିର୍ଣ୍ଣ ଅବସ୍ଥାରେ ପଡି ରହିଥିବାରୁ ତୁରନ୍ତ ଏହାର ମରାମତି ଓ ନୂତନ ଶ୍ରେଣୀଗୃହ ନିର୍ମାଣ କରିବା ।
Ad..
ପଞ୍ଚାୟତରେ ନିଯୁକ୍ତ ଥିବା ପିଅନ ଏବଂ ରାତ୍ରଜଗୁଆଲି ଙ୍କ ଦରମା ଟଙ୍କା Cfc/Sfc ରୁ ଦିଆଯିବ ସମସ୍ତ ଗ୍ରାମ ରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ,ପାନୀୟ ଜଳଯୋଗାଣ ହେଉଥିବା ଗ୍ରାମଗୁଡିକରେ ପାଇପ୍ ଫାଟି ନଷ୍ଟ ହୋଇଯାଇଥିବାରୁ ରାସ୍ତାରେ ପାଣି ଅପଚୟ ହେଉଛି ।
Ad..
ଲୋକେ ବୁନ୍ଦାଏ ବି ପାଣି ପାଇ ପାରୁନାହାଁନ୍ତି। ଏହାର ମରାମତି ସହ ଯେଉଁ ଗ୍ରାମଗୁଡିକରେ ପାନୀୟ ଜଳ ଯୋଗାଣ ହୋଇନାହିଁ ତାହାର ତୁରନ୍ତ ବ୍ୟବସ୍ଥା କରିବା। ରାସନ କାର୍ଡ ପାଇବାରୁ ବଞ୍ଚିତ ଥିବା ହିତାଧିକାରୀ କେମିତି ରାସନ କାର୍ଡ ପାଇ ପାରିବେ ।
Ad..
ମନରେଗାରେ ୩୦୦ ଦିନ କାମ ପାଇ ଲୋକେ ଉପକୃତ ହେଉଥିଲେ । ବର୍ତମାନ ୧୦୦ ଦିନ ହେବାରୁ ଲୋକେ ବାରମ୍ବାର ୩୦୦ ଦିନ କାମ ଯୋଗାଇବା ପାଇଁ ସରପଞ୍ଚ ମାନଙ୍କୁ ଦାବି କରୁଛନ୍ତି ଯେହେତୁ ଗାଇସିଲେଟ ଏକ ଦାଦନ ପ୍ରବଣ ଅଞ୍ଚଳ ତେଣୁ ତୁରନ୍ତ ଏଠାରେ ଶ୍ରମିକ ମାନଙ୍କୁ ୩୦୦ ଦିନ କାମ ଦିଆଯାଉ ।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ CFC/ SFC ରୁ ଆସୁଥିବା ଅର୍ଥ ରାଶିର ସିଂହ ଭାଗ ଏଲେକ୍ଟ୍ରି ବିଲ ଏବଂ SEM ଓ ପମ୍ପ ଚାଳକଙ୍କ ଦରମାରେ ଖର୍ଚ୍ଚ ହେଉଛି ତେଣୁ ଏହାର ଅନୁଦାନ ରାଶିକୁ ବୃଦ୍ଧି କଲେ ଗ୍ରାମାଞ୍ଚଳର ବିକାଶ ହୋଇ ପାରିବ ।
ଉପରୋକ୍ତ ସମସ୍ତ ସମସ୍ୟା ପ୍ରତି ଧ୍ୟାନ ଦେବା ସହ ଏହାର ସମାଧାନ ପାଇଁ ପ୍ରୟାସ କରିବାକୁ ସରପଞ୍ଚ ସଂଘ ଅନୁରୋଧ କରିଥିବା ବେଳେ ମାନ୍ୟବର ମନ୍ତ୍ରୀ ତୁରନ୍ତ କିଛି ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
gaisilet
latest news
latest update
minister Ravi Narayan Nayak
odisha daily current affairs
sarpanch Sangh







