ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ସପ୍ତାହ ପାଳିତ...
କଣ୍ଟାବାଞ୍ଜି,୦୧/୦୯ : ଭାରତ ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ସାକ୍ଷରତା ସପ୍ତାହ ପାଳିତ ହୋଇଥିଲା।
Ad..
ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଜଳନ୍ଧର ମହାକୁଡ଼, ସରପଞ୍ଚ, ଫକୀର ଚରଣ ବିଶି,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ।
Ad..
ପନ୍ଦର ବର୍ଷରୁ ଉର୍ଦ୍ଧ୍ବ ବୟସର ଉଭୟ ପୁରୁଷ ଓ ମହିଳା ଏହି କାର୍ଯ୍ୟକ୍ରମରେ ସ୍ୱତଃ ପ୍ରବୃତ୍ତ ଯୋଗ ଦେଇ ଅତି କମରେ ଲେଖିବା, ପଢିବା,ସଂଖ୍ୟାଜ୍ଞାନ ହାସଲ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ।
Ad..
ଦଳଗତ ଭାବେ ଏହାକୁ ମିଶନ ଭାବରେ ନେଇ ତୁରେକେଲା ପଞ୍ଚାୟତକୁ ଶତପ୍ରତିଶତ ସାକ୍ଷର କରିବାକୁ ଉପସ୍ଥିତ ସମସ୍ତେ ଶପଥ ନେଇଥିଲେ।
Ad..
ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ମାଧବୀଲତା ସାହୁ, ସୁଦୀପ୍ତା ଜେନା, ନିବେଦିତା ବାରିକ,ଅଭିଭାବକ ଓ ଶିକ୍ଷା କମିଟିର ସଭ୍ୟ ସଭ୍ୟା ଯୋଗ ଦେଇଥିଲେ।
Edited by k.s thakur...





