ସଂଯୁକ୍ତ କୃଷକ ସଂଗଠନ ତରଫରୁ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟ ରେ ତାଲା ପକାଇ ଆନ୍ଦୋଳନ...

ସଂଯୁକ୍ତ କୃଷକ ସଂଗଠନ ତରଫରୁ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟ ରେ ତାଲା ପକାଇ ଆନ୍ଦୋଳନ...


ବରଗଡ଼,୦୧/୦୯ (ବିଜୟ କୁମାର ସାହୁ) : ସଂଯୁକ୍ତ କୃଷକ ସଂଗଠନ ତରଫରୁ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟ ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ନୂତନ ଧାନ ପଞ୍ଜିକରଣ ସମସ୍ୟାରସମାଧାନ ନ ହେବା କାରଣ ରୁ ଜିଲ୍ଲାରେ ହଜାର ହଜାର ପ୍ରକୃତ ଚାଷି ଧାନ କାର୍ଡ ତିଆରୀ କରିବାରୁ ବଞ୍ଚିତ ହୋଇଛନ୍ତି। 

    Ad..


ସେଥିପାଇଁ ସଂଗଠନ ପକ୍ଷରୁ ଗତ 26 ତାରିଖରେ ପ୍ରଥମେ ଜିଲ୍ଲାପାଳ ପରେ ଅତାବିରା ବିଧାୟକ ନିହାର ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଢଙ୍ଗୀ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କୁ ଭେଟି ଦାବିପତ୍ର  ପ୍ରଦାନ କରାଯାଇଥିଲା।

         Ad.. 


ମନ୍ତ୍ରୀ ଚାଷୀମାନଙ୍କ ସହିତ ଆଲୋଚନା କଲାପରେ କୌଣସି ପ୍ରକୃତ ଚାଷି ପଞ୍ଜିକରଣ ରୁ ବାଦ ପଡିବେ ନାହିଁ ଏବଂ ଜିଲ୍ଲାପାଳ ମାନେ ଯେଉଁ ରିପୋର୍ଟ ଦେବେ ସେହି ଆଧାରରେ ପଞ୍ଜିକରଣ ଅବଧି ବଢିବ ଓ ପଞ୍ଜିକରଣ କରିପାରିବେ ବୋଲି କହିଥିଲେ। 

Ad..


ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ଯୋଗ୍ୟ ଚାଷି ପଞ୍ଜିକୃତ ହେବେ ବୋଲି ଦୃଢ଼କ୍ତି ଦେଇଥିଲେ। ହେଲେ ଇତି ମଧ୍ୟରେ ସାତ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ପଞ୍ଜିକରଣ ଆରମ୍ଭ ହୋଇ ନ ଥିବାରୁ ବଞ୍ଚିତ ଚାଷୀମାନେ ଆଜି ସକାଳୁ ଉପନିବନ୍ଧକ କାର୍ଯ୍ୟାଳୟ କୁ ଆସି ପଞ୍ଜିକରଣ ସମ୍ପର୍କ ରେ ପଚାରିଥିଲେ। 

Ad..


କିନ୍ତୁ ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ବାହାର କରି ଦେଇ ଅଫିସ ସମ୍ମୁଖରେ ଧାରଣା ରେ ବସିଥିଲେ। ଦୀର୍ଘ 3 ଘଣ୍ଟା ପରେ DRCS ଯୁଗଳ ଦାସ ଜନ ଶୁଣାଣି କାର୍ଯ୍ୟକ୍ରମ ରୁ ସିଧା ଅଫିସ କୁ ଆସି ଚାଷୀମାନଙ୍କ ସହିତ ଆଲୋଚନା କଲେ... 

Ad..


ଏବଂ 25 ତାରିଖ ପର୍ଯ୍ୟନ୍ତ ଯେଉଁମାନେ ସୋସାଇଟି ରେ ନିଜର କାଗଜପତ୍ର ଦେଇଛନ୍ତି ସେମାନେ ନିଶ୍ଚିତ ପଞ୍ଜିକୃତ ହୋଇପାରିବେ ବୋଲି କହିବା ପରେ  ତାଲା ଖୋଲି ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା। 

Ad..


ଏବଂ ଯଦି ଆଲୋଚନା ମୁତାବକ ଆସନ୍ତା ଗୁରବାର ଦିନ ସୁଦ୍ଧା ପଞ୍ଜିକରଣ ଆରମ୍ଭ ନ ହେଲେ ପୁଣି ଆନ୍ଦୋଳନ କୁ ଉଲ୍ହାଇବା ପାଇଁ ସଂଗଠନ ତରଫରୁ ରୁ ଚେତାବନୀ ଦିଆଯାଇଛି. ଏହି କାର୍ଯ୍ୟକ୍ରମ ରେ ରମେଶ ମହାପାତ୍ର, ସୁଦାମ ପାତ୍ର, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି...

ସୁରେଶ କର୍ଣ୍ଣ, ରବିଶଙ୍କର ପଧାନ, କାରଣ ସାହୁ, ଈଶାନ୍ତ ଭୋଇ, ମନୋଜ ଖମାରୀ କୋଶଲ ସେନା ର ବୀରବଳ ମହାକୁଡ଼ ସମେତ ବିଭିନ୍ନ ଗ୍ରାମରୁ ଶହଶହ ଚାଷି ଏହି ଆନ୍ଦୋଳନ ରେ ଯୋଗ ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post