ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱ ରେ ଶହଶହ ଚାଷି ନୂତନ ଧାନ ପଞ୍ଜିକରଣ ରୁ ବାଦ ପଡ଼ିଥିବା ଯୋଗୁଁ ଅସନ୍ତୋଷ...
ବରଗଡ଼,୧୬/୦୯ (ବିଜୟ କୁମାର ସାହୁ): ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱ ରେ ଶହଶହ ଚାଷି ନୂତନ ଧାନ ପଞ୍ଜିକରଣ ରୁ ବାଦ ପଡ଼ିଥିବା ଯୋଗୁଁ ଅସନ୍ତୋଷ ହୋଇ ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖରେ ରେ ଧାରଣା ଏବଂ ଦାବିପତ୍ର ଦେଇଛନ୍ତି।
Ad..
ଚଳିତ ବର୍ଷ ଧାନବିକ୍ରୀ ପଞ୍ଜିକରଣ କରିବା ପାଇଁ ଜୁଲାଇ 18 ରୁ ଅଗଷ୍ଟ 19 ତାରିଖ ପର୍ଯ୍ୟନ୍ତ ସମୟ ଧର୍ଯ୍ୟ କରାଯାଇଥିଲା। ଯେଉଁଥିରେ ରେକର୍ଡ ଧାରୀ ମୃତ୍ୟୁ ବରଣ କରିଥିଲେ ଲିଗାଲ ହେହାର ଦେବାପାଇଁ ନିର୍ଦେଶ ଥିଲା।
Ad..
ତାହାକୁ ତୀବ୍ର ବିରୋଧ ହେବାରୁ ସ୍ଵ ଘୋଷଣା ନାମାରେ ପଞ୍ଜିକରଣ କରିବା ଅନୁମତି ଦିଆଗଲା ଏବଂ ଅଗଷ୍ଟ 25 ତାରିଖ ପର୍ଯ୍ୟନ୍ତ ସମୟ ବୃଦ୍ଧି କରି 30 ତାରିଖ ପର୍ଯ୍ୟନ୍ତ କମ୍ପୁଟରିକରଣ କରିବା ଧର୍ଯ୍ୟ କରାଗଲା।
Ad..
ହେଲେ 25 ଅଗଷ୍ଟ ମଧ୍ୟ ରାତ୍ରିରୁ କମ୍ପୁଟର ସାଇଟ ବନ୍ଦ ହୋଇଯିବା କାରଣ ରୁ ଜିଲ୍ଲାର ପାଞ୍ଚ ହଜାର ରୁ ଉର୍ଦ୍ଧ୍ୱ ଚାଷି ସୋସାଇଟି ରେ କାଗଜପତ୍ର ଦେଇଥିବା ସତ୍ୱେ ପଞ୍ଜିକରଣ ରୁ ବଞ୍ଚିତ ହୋଇଛନ୍ତି।
Ad..
ସେହି ସମୟରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ବିଧାୟକ, ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ କରାଯାଇଛି ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ତିନିଥର ଯୋଗ୍ୟ ଚାଷି ପଞ୍ଜିକରଣ କରିପାରିବେ ବୋଲି ଘୋଷଣା କରିଛନ୍ତି।
Ad..
କିନ୍ତୁ ତାରିଖ ଘୋଷଣା ନ ହେବାରୁ ଆଜି ଏକ ହଜାର ରୁ ଉର୍ଦ୍ଧ୍ୱ ଚାଷି ଗାନ୍ଧୀ ଛକ ରେ ଏକତ୍ରିତ ହୋଇ ସମସ୍ତେ ରିଲିରେ ଯାଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ରେ ବସିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଆସି ସମସ୍ତଙ୍କ ଦାବିପତ୍ର ନେଇଥିଲେ।
Ad..
ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସରବର ଡାଉନ, ନେଟ ସ୍ଲୋ, ସୋସାଇଟି କର୍ମଚାରୀ ମାନଙ୍କ ମନମୁଖୀ ଏବଂ 25 ଅଗଷ୍ଟରୁ ସାଇଟ ବନ୍ଦ ହୋଇଯିବା କାରଣ ର ଚାଷି ବଞ୍ଚିତ ହୋଇଛନ୍ତି।
ଚାଷ କରି ଧାନ ବିକ୍ରି କରି ନ ପାରିଲେ କେମିତି ଘର ଚଳିବ, ଋଣ ପରିଶୋଧ ହେବ ଏବଂ ସରକାର ଘୋଷିତ 800 ଟଙ୍କା ବୋନସ ମିଳିବ ନାହିଁ କି ଏମ ଏସ ପି ମଧ୍ୟ ମିଳିବ ନାହିଁ ଏଣୁ ତୁରନ୍ତ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟି କୁ ଆଖି ଆଗରେ ରଖି ତାରିଖ ବୃଦ୍ଧି କରିବା ପାଇଁ 25 ଆବେଦନ ଫର୍ମ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଚାଷୀମାନେ ଦେଇଛନ୍ତି।
ଦାବିପତ୍ର ଦେବା ପୂର୍ବରୁ ବିକ୍ଷୋଭ ସଭାରେ ଚାଷୀନେତା ର ରମେଶ ମହାପାତ୍ର, ସୁଦାମ ପାତ୍ର, ତପନ ମିଶ୍ର, କାରଣ ସାହୁ, ବିଜୟ ଭୋଇ, ବୃନ୍ଦାବନ ସାହୁ, ନିରଞ୍ଜନ ପଧାନ, ସୁରେଶ କର୍ଣ୍ଣ, ଟିକେଲାଲ ମିଶ୍ର, ଆଶୁତୋଷ ଜମାଦାର, ଶୁଭମ ପଧାନ, ରବିଶଙ୍କର ପଧାନ...
ଦଶରଥ ସାହୁ,ସୁରେଶ ନିକେଣ୍ଟି, ବାବ୍ରୁ ସାହୁ, ବିଶ୍ୱନାଥ ନାୟକ ଏବଂ ସୁଶୀଳାଲ ମହଲା ଉତବୋଧନ ଦେଇ 7 ଦିନ ମଧ୍ୟରେ ପଞ୍ଜିକରଣ ଆରମ୍ଭ ନ ହେଲେ ଯେକୌଣସି ମୁହୂର୍ତ୍ତ ବଡ ଧରଣ ର ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।
କିନ୍ତୁ ସୋସାଇଟି ମାନଙ୍କରୁ ଆସିଥିବା ଚାଷି ମାନେ ଆସନ୍ତା ଶୁକ୍ରବାର ଦିନ ବିଭିନ୍ନ ରାସ୍ତା ରେ ରାସ୍ତା ରୋକ କରିବା ପାଇଁ ଘୋଷଣା କରିଛନ୍ତି।
Report : Bijay ku sahu
Edited by k.s thakur...







