ବରଗଡ଼ ଜିଲ୍ଲା ର ଦେବୀ ପୀଠ ରେ ଦଶହରା ର ୧୬ ପୂଜା ପରମ୍ପରା ଆରମ୍ଭ...

ବରଗଡ଼ ଜିଲ୍ଲା ର ଦେବୀ ପୀଠ ରେ ଦଶହରା ର ୧୬ ପୂଜା ପରମ୍ପରା ଆରମ୍ଭ...


ବରଗଡ଼,୧୬/୦୯(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲାର ଗ୍ରାମାଳରେ ଦଶହରା  ର ୧୬ ପୂଜା ବିଧି ଆରମ୍ଭ ହୋଇଯାଇଛି। ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀକୁ ମୂଳାଷ୍ଟମୀ ବା ପଶ୍ଚିମ ଓଡିଶା ରେ ପୁଓ ଜିଉତିଆ କୁହାଯାଏ। 

Ad..


ଏହିଦିନ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପୁଅ ଜିଉତିଆ ଓଷା ପାଳିତ ହୁଏ । ଆଶ୍ଵିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ତିଥିରୁ ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥୀ ଓ ଦଶମୀ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ  ବିଭିନ୍ନ ମନ୍ଦିରରେ ଷୋଳହ ପୂଜା ଆରମ୍ଭ ହେଇଥାଏ । 

         Ad..


ବରଗଡ଼ ଜିଲ୍ଲା ସଦରମହକୁମା ସମେତ ଗ୍ରାମାଞ୍ଚଳର ବିଭିନ୍ନ  ଗ୍ରାମରେ ମାଁ ଙ୍କ ନାମରେ ବିଭିନ୍ନ ଦେବାଦେବୀ ଓ ପାର୍ଶ୍ୱ ଦେବୀ ଭାବରେ ୧୬ ଦିନ ପୂଜାର୍ଚ୍ଚନା ହୋଇଥାଏ। ବରଗଡ଼ ଜିଲ୍ଲା ର ପ୍ରତ୍ୟେକ ଗାଁ ରେ ଗ୍ରାମ୍ୟ ଦେବୀ ସହ ମାଁ ଦୂର୍ଗା ଓ ପାର୍ଶ୍ୱ ଦେବୀ ଙ୍କୁ ବିଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯାଏ। 

Ad..


ଗ୍ରାମାଞ୍ଚଳ ର ପୂଜାବିଧି ଓ ପରମ୍ପରା ଅନୁସାରେ କେଉଁଠି ୧୬ରାତ୍ର ତ କେଉଁଠି ନବରାତ୍ର ଓ କେଉଁଠି ପାଞ୍ଚ ରାତ୍ର ପୂଜା ପାଳନ କରାଯାଇଥାଏ। 

Ad..


ଆଶ୍ଵିନ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଚୈତ୍ର ଶୁକ୍ଳ ଅଷ୍ଟମୀ ଅର୍ଥାତ୍ ପୁଓ ଜିଉତିଆ ଠାରୁ ଭାଏ ଜିଉତିଆ ପର୍ଯ୍ୟନ୍ତ ୧୬ ଦେବୀ ଦୁର୍ଗା, ନାରାୟଣୀ, ଇସାନି, ବିଷ୍ଣୁମାୟା, ଶିବା, ସତୀ, ନିତ୍ୟା, ସତ୍ୟା, ଭଗବତୀ, ସର୍ବାଣୀ, ସର୍ବ ମଙ୍ଗଳା, ଅମ୍ବିକା, ବୈଷ୍ଣବୀ, ଗୌରୀ, ପାର୍ବତୀ, ସନାତନି। ଙ୍କୁ ପୂଜା କରାଯାଇଥାଏ।

Ad..


ଆହୁରି ମଧ୍ୟ ସ୍ଥାନୀୟ ଲୋକେ ଙ୍କ ଦ୍ବାରା  ମାଁ ଙ୍କୁ ସ୍ଥାନୀୟ ନାମ କରଣରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ କେଉଁଠି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ, ମହିଷାମର୍ଦ୍ଦିନୀ ଭାବରେ ପୂଜିତ ହୁଅନ୍ତି। 

Ad..


ବରଗଡ଼ ଜିଲ୍ଲା ର ଦେବୀ ପୀଠ ଗୁଡିକରେ କମଗା ର ରାମଚଣ୍ଡୀ, ସକିର୍ଡା ର ବିନ୍ଧ୍ଯବାସିନୀ, କଟାପାଲି ର ଦଶମତୀ , ବାଟତେର୍ମାର ମାଉଳୀ,ବର୍ହାଗୁଡାର ପର୍ରାପାଟ,କୁରୁଆ ର ଉମା ମାହେଶ୍ୱରୀ , ଦେଗା ର ଚଣ୍ଡୀ ମନ୍ଦିର...

ପାଇକମାଳ ର ରାମଚଣ୍ଡୀ, ଗନ୍ଧମାର୍ଦ୍ଦନ ପର୍ବତ ରେ ଦୂର୍ଗେଇଦେବୀ,ଭଟଲି ଗୈଡଗା ର ବୁଢିକମଗେଇ ଙ୍କ ସମେତ ଅନେକ ଗାଁ ଗୁଡ଼ିକରେ ୧୬ ପୂଜା, ନବରାତ୍ର ପ୍ରମୁଖ ପୂଜାର୍ଚ୍ଚନା ପରମ୍ପରା ଆଜି ବି ଉଜ୍ଜୀବିତ ହୋଇ ରହିଛି। 

ପୁଅ ଜିଉତିଆ ଠାରୁ ଭାଇ ଜିଉତିଆ ଓ ଦଶମୀ ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ଦେବୀ ପୀଠ ଗୁଡିକରେ ଦଶହରା ର ୧୬ ପୂଜାର୍ଚ୍ଚନା ବିଧି ଆରମ୍ଭ ହୋଇଯାଇଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post