ୟୁରିଆ ସାର ପାଇଁ ଚାଷୀ ହନ୍ତସନ୍ତ ; ସମସ୍ତ ଚାଷୀ ଭାଇମାନଙ୍କୁ ସାର ଯୋଗାଇ ଦେବାକୁ ଉପଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି...

ୟୁରିଆ ସାର ପାଇଁ ଚାଷୀ ହନ୍ତସନ୍ତ ; ସମସ୍ତ ଚାଷୀ ଭାଇମାନଙ୍କୁ ସାର ଯୋଗାଇ ଦେବାକୁ ଉପଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି...


ବରଗଡ଼,୦୩/୦୯ (ବିଜୟ କୁମାର ସାହୁ): ୟୁରିଆ ସାର ପାଇଁ ଚାଷୀ ହନ୍ତସନ୍ତ।  ଚଳିତ ଖରିଫ ଋତୁରେ ଚାଷ କାର୍ଯ୍ୟ କୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ବରଗଡ଼ ଜିଲ୍ଲାରେ ସାରର କୃତ୍ରିମ ଅଭାବ ଥମିବାର ନାଁ ଧରୁନି । 

      Ad..


ଏହାକୁ ନେଇ ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୋହେଲା ବ୍ଲକ ର ବିଭିନ୍ନ ଗାଁରୁ ଶତାଧିକ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ଯାଳୟ କୁ ଆସିଥିଲେ କିନ୍ତୁ କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ ହେତୁ ଅଫିସ ରେ ନଥିବା କାରଣରୁ ସେମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଦୀର୍ଘ ସମୟ ଧାରଣାରେ ବସିଥିଲେ। 

Ad..


ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ ଆସି ଚାଷୀମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରି କୃଷି ଅଧିକାରୀ ସହିତ ଆଲୋଚନା କରି ସମସ୍ତ ଚାଷୀ ଭାଇମାନଙ୍କୁ ସାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। 

Ad..


ଉପଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ଚାଷୀମାନେ ଧାରଣା ରୁ ଉଠିଥିଲେ। ପ୍ରକାଶ ଥାଉକି ଯେ ବରଗଡ଼ ଜିଲ୍ଲା କୁ ୯୫ ଭାଗ ସାର ଆସିଥିଲେ ସୁଦ୍ଧା ତାହା ଚାଷୀମାନଙ୍କୁ ମିଳିନାହିଁ। ଲାଭଖୋର ବ୍ଯବସାୟୀ ତାହା ଗୋଦାମ ରେ ଭର୍ତ୍ତି କରି  ଏକ କୃତ୍ରିମ ଅଭାବ ସୃଷ୍ଟି କରି ନାହିଁ ନଥିବା ଦରରେ ସାର ବିକ୍ରି କରୁଛନ୍ତି । 

Ad..


ଧାନ ରୂଆ ସମୟରୁ ହିଁ ସାର ର ସଂକଟ ଦେଖାଦେଇଥିଲେ ସୁଦ୍ଧା ସମାଧାନ ର ବାଟ ଫିଟୁନି ବରଂ ଧୀରେ ଧୀରେ ଏହା ଗମ୍ଭୀର ରୂପ ଧାରଣ କଲାଣି । ଯେତିକି ପରିମାଣରେ ସାର ପେକ୍ସ କୁ ଯାଉଛି କିଛି କିଛି ଚାଷୀ ସେଠାରୁ ସାର ପାଇଁ ଯାଉଛନ୍ତି। 

Ad..


କିନ୍ତୁ ଯେତିକି ସାର୍ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ମାନଙ୍କ ପାଖକୁ ଯାଉଛି ଗୋଟିଏ ବସ୍ତା ବି ସାର ଚାଷୀ ମାନଙ୍କୁ ସରକାରୀ ଧାର୍ଯ୍ୟ ଦରରେ ଦେବାର ନଜିର୍ ନାହିଁ ବୋଲିି ବରଗଡ଼ ଜିଲ୍ଲା ଜୟକିସାନ ଆନ୍ଦୋଳନ ତରଫରୁ ଅଭିଯୋଗ କରାଯାଇଛି। 

Ad..


ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଳକ ଅନ୍ତର୍ଗତ ସରକଣ୍ଡା ପେକ୍ସ ଏବଂ ଘେଁସ ପେକ୍ସ ର ପାଖାପାଖି ୧୦୦ ଜଣ ଚାଷୀ ସାର ପାଇଁ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କ ପାଖକୁ ଯାଇଥିଲେ। କିନ୍ତୁ ଅଧିକାରୀ ଅନୁପସ୍ଥିତ ଥିବାରୁ ଚାଷୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଧାରଣା ରେ ବସି,ଏ ସର୍କାର୍ ଆମକୁ ସାର୍ ଦର୍କାର୍ ଇତ୍ୟାଦି ନାରାବାଜୀ କରିଥିଲେ। 

ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କ ସହ ଫୋନ୍ ମାଧ୍ୟମରେ ଯୋଗାଯୋଗ କରି ଆସନ୍ତା କାଲି ଉପସ୍ଥିତ ସମସ୍ତ ଚାଷୀ ମାନଙ୍କୁ ସାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।ପରେ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ଲୋଚନ ମାଝୀ ତାଙ୍କ ଅଫିସ କୁ ସମସ୍ତ ଚାଷୀ ମାନଙ୍କୁ ଡାକି ଆଲୋଚନା କରିଥିଲେ। 

ଆସନ୍ତାକାଲି ଆପଣମାନଙ୍କୁ ନିଶ୍ଚିତ ଭାବରେ ସାର ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜୟ କିସାନ୍ ଆନ୍ଦୋଳନ ର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ ଏବଂ ସାଧାରଣ ସଂପାଦକ ହର ବଣିଆଁ ମଧ୍ୟ ଉପସ୍ଥିତ ଥିଲେ। 

ଆଗାମୀ ଦିନରେ କେଉଁ ସଂସ୍ଥା ବା କେଉଁ ବ୍ୟବସାୟୀ ପାଖକୁ କେତେ ପରିମାଣର ସାର ଯୋଗାଇ ଦିଆଯାଇଛି ତାହାକୁ ସାର୍ବଜନୀନ କରାଯାଉ ଯତ୍ବାରା କଳାବଜାରୀ ରୋକିବାରେ ସହାୟକ ହେବ ବୋଲି   ସଂଗଠନ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। 

କୃଷି ଅଧିକାରୀ ମଧ୍ୟ ସକାରାତ୍ମକ ଆଲୋଚନା କରି ଆଗାମୀ ଦିନରେ ଆମେ ଏହାକୁ ଗମ୍ଭୀରତାର ସହ ବିଚାର କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବାପରେ ଚାଷୀ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post