ସଂସ୍କୃତ ଭାଷା ର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଲୋଡା ;ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ରେ ମତ ପ୍ରକାଶ...

ସଂସ୍କୃତ ଭାଷା ର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଲୋଡା ;ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ରେ ମତ ପ୍ରକାଶ...


ବରଗଡ଼,୦୩/୦୯ (ବିଜୟ କୁମାର ସାହୁ): ସଂସ୍କୃତ ଓ ସଂସ୍କୃତି  ପରସ୍ପର ପରିପୂରକ ।ଆଦର୍ଶ ସଭ୍ୟତା ଓ ସଂସ୍କୃତି କୁ ବଞ୍ଚାଇବା ପାଇଁ ସଂସ୍କୃତ ଭାଷା ର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଥିବା ବେଳେ ସଂସ୍କୃତ ଭାଷା ବିନା ସଂସ୍କୃତି ଅସମ୍ପୂର୍ଣ୍ଣ।

      Ad..


ତେଣୁ ସଂସ୍କୃତ ଓ ସଂସ୍କୃତି ର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଲୋଡା ବୋଲି ବରଗଡ଼ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ରେ ମତ ପ୍ରକାଶ ପାଇଛି।ପାଇକମାଳ ସ୍ଥିତ ମହର୍ଷି ଦୟାନନ୍ଦ ଗୁରୁକୁଳ ଆଶ୍ରମ ପରିସର ସଭାପତି ରମେଇ ଚରଣ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ...

        Ad..


ଏହି କାର୍ଯ୍ୟକ୍ରମ ରେ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତ ଭାଷା ବଞ୍ଚିଲେ ଆମ ସଂସ୍କୃତି ବଞ୍ଚିବ ଏଥି ପାଇଁ ସମସ୍ତ ଙ୍କ ମିଳିତ ଉଦ୍ୟମ ଲୋଡା ବୋଲି ମତ ପ୍ରକାଶ କରି ପାଇକମାଲ୍ ଠାରେ ସଂସ୍କୃତ ଭବନ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଘୋଷଣା କରିଥିଲେ। 

    Ad..


ସଭାପତି ରମେଇ ଚରଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ  ସମ୍ପାଦକ ଅଗସ୍ତି ପ୍ରଧାନ ବିବରଣୀ ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏ ସଂସ୍କୃତ ବିଦ୍ୱାନ ନବ ପ୍ରଭାତ ଗୁରୁକୁଳ ଆଚାର୍ଯ୍ୟ ବୃହସ୍ପତି..

Ad..


ଶାସ୍ତ୍ରୀ,ପଣ୍ଡିତ ବେଦ ପ୍ରକାଶ ଶାସ୍ତ୍ରୀ,ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ,ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ସଭାପତି  ଗୁରୁ ପ୍ରମୋଦ ଦାଶ ପ୍ରମୁଖ ଯୋଗ ଦେଇ ସଂସ୍କୃତ ଦିବସ ପାଳନର ମହନୀୟତା ପରିପ୍ରକାଶ କରିଥିଲେ ।

Ad..


ଏହି ଅବସର ରେ  ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ବଦ୍ରି ନାରାୟଣ ପୂଜାରୀ ଓ ଅଞ୍ଚଳ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟାପକ ପ୍ରଭାତ ମହାପାତ୍ର ପ୍ରମୁଖ ମୁଖ୍ୟ  ବକ୍ତା ଭାବେ ଯୋଗ ଦେଇ ଅଭିଜ୍ଞାନ ଶାକୁନ୍ତଲମ୍ ନାଟକ ଓ ମେଘଦୂତ କାବ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

Ad..


ଏହି ଅବସର ରେ ପଣ୍ଡିତ ବେଦ ପ୍ରକାଶ ଶାସ୍ତ୍ରୀ ସଂସ୍କୃତ ଭବନ ନିର୍ମାଣ ପାଇଁ ଏକ ଲକ୍ଷ ଟଙ୍କା ଓ ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ ୧୦ ହଜାର ଟଙ୍କା ର ଆର୍ଥିକ ସହାୟତା ରାଶି ଦେବା ପାଇଁ ନିଜ ଆଡୁ ଘୋଷଣା କରିଥିଲେ । 

ଆଶ୍ରମ ର ମୁଖ୍ୟ ପରିଚାଳକ ଅନନ୍ତ ଶାସ୍ତ୍ରୀ ଙ୍କ ସମେତ ଜିଲ୍ଲା ର  ୭ ଜଣ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରଗଡ଼ ଜିଲ୍ଲା ରେ ଯୋଗ ଦେଇ ଥିବା ସମସ୍ତ  ନବାଗତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ କରାଯାଇଥିଲା । 

ସଂଘ ର ଉପ ସଭାପତି ଦୟାସାଗର ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟ କ୍ରମ କୁ ରାଜ୍ୟ ଯୁଗ୍ମ ସଂପାଦକ ଗୋପବନ୍ଧୁ ପୁରୋହିତ ଓ ଲିଙ୍ଗରାଜ ସାହୁ ସଂଯୋଜନା କରିଥିଲେ ।କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲା ର ସମସ୍ତ ହାଇସ୍କୁଲ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । 

ଏହି ଅବସର ରେ ବୁକୁରା ମୁଣ୍ଡା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଝି ଟ୍ କି ଉଚ୍ଚ ବିଦ୍ୟାଳୟ ମୁନି କେଲ ଓ ମହର୍ଷି ଦୟାନନ୍ଦ ଗୁରୁକୁଳ ଆଶ୍ରମ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚିତ୍ତାକର୍ଷକ  ସଂସ୍କୃତ ନୃତ୍ୟ ପରିବେଷଣ କରାଯାଇଥିଲା ।

ତେବେ ସୁନ୍ଦର୍ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପାଇକ ମାଲ୍ ବ୍ଲକ କୁ ପୁରସ୍କୃତ କରାଯାଇଥିଲା ଓ ଆସନ୍ତା ବର୍ଷ ଅତାବିରା ବ୍ଲକ ରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳନ ପାଇଁ ସର୍ବ ସମ୍ମତି କ୍ରମେ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ବ୍ଲକ୍ ପ୍ରତିନିଧି ସକ୍ରିୟ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post