ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା କମିଟିର ନୂତନ ପଦାଧିକାରୀ ଚୟନ...

ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା କମିଟିର ନୂତନ ପଦାଧିକାରୀ ଚୟନ...


ବରଗଡ଼,୦୪/୦୯ (ବିଜୟ କୁମାର ସାହୁ): ଗତକାଲି ବୁଧବାର ଦିନ ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା କମିଟି ତଥା ୟୁଥ୍ ଆସୋସିଏସନ୍  ସମ୍ବିଳନୀ କକ୍ଷରେ ସଭାପତି ରାକେଶ ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆଗାମୀ ଗଜଲକ୍ଷ୍ମୀ ପୂଜା କୁ କିପରି ଭାବେ ସୁରୁଖୁରୁରେ ଏବଂ ଶାନ୍ତି ଶୃଙ୍ଖଳା ରେ ପୂଜା କରିଯିବ ସେ ଉପରେ ଆଲୋଚନା କରାଯାଇଥିଲା। 

      Ad..


ଏହି ସଭାରେ ଉପସଭାପତି, ସଂପାଦକ,ସହ ସଂପାଦକ ନିଜ ନିଜ ବକ୍ତବ୍ୟ ରଖିଥିଲେ । କୋଷାଧ୍ୟକ୍ଷ ମନୋରଞ୍ଜନ ପୂଜାରୀ ବିଗତ ବର୍ଷ ର ଆୟ ବ୍ୟୟ ବିବରଣୀ ପ୍ରଦାନ କରିଥିଲେ ।

Ad..


ଅନ୍ୟ ମାନଙ୍କ ମଧ୍ୟରେ ବୈକୁଣ୍ଠ ରାଓ, ସୁଶାନ୍ତ ତ୍ରିପାଠୀ,ସୁରୁ ମିଶ୍ର,କ୍ଷୀରେନ୍ଦ୍ର ନାୟକ,ବିଭୁତି ଦାଶ,ଗୋପାଳ ମେହେର,ରାଧେଶ୍ଯାମ ନାୟକ,ଉପେନ୍ଦ୍ର ମହାପାତ୍ର,ଭୀଷ୍ମଦେବ ସରାଫ,ସଂଜୟ ସରାଫ...

Ad..


ପବିତ୍ର ବେହେରା,ଭୁବନ ଭୋଇ,ଦୀପକ ମିରୱାନୀ ଯୋଗଦେଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ ।ଆସନ୍ତା ବର୍ଷ ପାଇଁ ନୂତନ କମିଟି ଚୟନ କରାଯାଇଥିଲା ।

Ad..


ଏଥିରେ ଶ୍ରୀ ମାନସ ଚାନ୍ଦ-ସଭାପତି,ବିଭୁତି ଦାଶ-ଉପ ସଭାପତି,ତୁଳସୀ ଚରଣ ଦାଶ-ସଂପାଦକ,ଉପେନ୍ଦ୍ର ମହାପାତ୍ର-ସହ ସଂପାଦକ,କ୍ଷିରୋନ୍ଦ୍ର ନାୟକ-କୋଷାଧ୍ଯକ୍ଷ, ଏବଂ ଗୋପାଳ ମେହେର-ସହ କୋଷାଧ୍ଯକ୍ଷ ଭାବରେ  ମନୋନୀତ ହୋଇଥିଲେ।ସଭାଶେଷରେ ସଂପାଦକ ଶ୍ରୀ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।




Edited by k.s thakur...

Post a Comment

Previous Post Next Post