ଜର୍ଜ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଘର କାର୍ଯ୍ୟନିର୍ବାହୀ କମିଟୀ ର ବୈଠକ ଅନୁଷ୍ଠିତ...
ବରଗଡ଼,୦୪/୦୯ (ବିଜୟ କୁମାର ସାହୁ): ଜର୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅବସ୍ଥିତ ସ୍କୁଲର ପୁରାତନ ଛାତ୍ର ସଂଘର କାର୍ଯ୍ୟାଳୟ ଠାରେ ସଂଘର ସମ୍ପାଦକ ଶ୍ରୀ ନବକିଶୋର ପାଣିଗ୍ରାହୀଙ୍କ ସଂଯୋଜନା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
Ad..
ଉକ୍ତ ବୈଠକକୁ ସଂଘର ସଭାପତି ଶ୍ରୀ ଦେବଦତ୍ତ ମିଶ୍ର ସଭାପତିତ୍ୱ କରିଥିଲେ । ଆଜି ର ବୈଠକରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାସ୍ବତୀ ଦାଶ୍ , ସଂଘର ବରିଷ୍ଠ ଛାତ୍ର ଶଙ୍କର୍ଷଣ ମିଶ୍ର , ଦିବ୍ୟକିଶୋର ଦେବତା ଏବଂ ଶ୍ୟାମସୁନ୍ଦର ଅଗ୍ରୱାଲ ମଞ୍ଚ ରେ ଉପସ୍ଥିତ ଥିଲେ ।
Ad..
ଆଜି ର ବୈଠକରେ ଉପସ୍ଥିତ ସମସ୍ତ ପୁରାତନ ଛାତ୍ର ନିଜ ନିଜ ମତ ପ୍ରକାଶ କରିଥିଲେ । ଜର୍ଜ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିଥିବାରୁ ଛାତ୍ର ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
Ad..
ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲ ର ବିକାଶ ଉପରେ ତଥା,ନବନିର୍ମିତ କୋଠରୀ,ପୁରାତନ ଛାତ୍ର ମାନଙ୍କର ଟପ୍ପରଙ୍କ ଫୋଟୋଚିତ୍ର ସ୍ଥାନ ତଥା ସ୍କୁଲ ପାଇଁ ଅତୀତରେ ବିଭିନ୍ନ ସ୍ତରରେ ଟପ୍ପର ପାଇଁ ସ୍ଥାନ ଦେବା, ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ମାନ ପ୍ରଦାନ କରିବା...
Ad..
ସ୍କୁଲର ଖେଳ ପଡିଆ କୁ ଅସାମାଜିକ ବ୍ୟକ୍ତି ଙ୍କର ଠୁ ସୁରକ୍ଷା ପାଇଁ ଏବଂ ସ୍କୁଲର ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ମଧ୍ୟ ଆଲୋକପାତ କରିଥିଲେ ଏବଂ ପୁରାତନ ଛାତ୍ର ସଂଘର କର୍ମକର୍ତ୍ତା ଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ ।
Ad..
ଆଜିକାର ବୈଠକରେ ପୁରାତନ ଛାତ୍ର ସଂଘ ର ସର୍ବଶ୍ରୀ ରୁକ୍ମଣ ମହାପାତ୍ର,ସତ୍ୟନାରାୟଣ ଦାଶ୍,ବିଶ୍ୱରଂଜନ ମିଶ୍ର, ସତ୍ୟଜିତ ଦାଶ, ମନୋରଞ୍ଜନ ପୂଜାରୀ,ଲଲାଟେନ୍ଦୁ ବେହେରା,ନବ ମହତ୍ତମ,ଡାକ୍ତର ସଞ୍ଜିତ ମିଶ୍ର...
Ad..
ଫାଲଗୁଣି ପଣ୍ଡା, ପ୍ରିୟଦର୍ଶୀ ନାୟକ,ଜପ୍ପୁ ଲାଠ,ଅମୃତଲାଲ ବେହେରା,ସୁରେଶ ଦାଶ୍ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ଶ୍ରୀ ନବକିଶୋର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...







