ଚକରକେନ୍ଦ ଡିଗ୍ରୀ କଲେଜ ରେ ଆଇନ ସଚେତନତା କାର୍ଯ୍ୟକ୍ରମ...

ଚକରକେନ୍ଦ ଡିଗ୍ରୀ କଲେଜ ରେ ଆଇନ ସଚେତନତା କାର୍ଯ୍ୟକ୍ରମ...


ବରଗଡ଼,୧୦/୦୯ (ବିଜୟ କୁମାର ସାହୁ): ଚକରକେନ୍ଦ ର ସନ୍ଥ କବି ଭୀମଭୋଇ ମହିମା +୩ ମହାବିଦ୍ୟାଳୟ ର ସଭାଗୃହ ରେ ଅଧ୍ୟକ୍ଷ କାର୍ତ୍ତିକେୟ ସାଥୁଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।

      Ad..


ଏହି ଅବସର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦକ ଶ୍ରୀ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ମୁଖ୍ୟ ସମାଧାନ ଅଧିକାରୀ ଶ୍ରୀ ମୁନସୀ ସାହୁ, ପ୍ୟାନେଲ ଆଇନଜୀବୀ, ମହାବିଦ୍ୟାଳୟ ର ଆଇନ ପରାମର୍ଶଦାତା ତଥା ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲା ର ସଭାପତି ବିମଳ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। 

        Ad..


ଏହି ଅବସର ରେ ଯୌନ ଉତ୍ପୀଡନ ରୁ ନାବାଳକ ଙ୍କୁ ସୁରକ୍ଷା ତଥା ପୀଡ଼ିତ ଙ୍କୁ ଆଇନ ସହାୟତା ଓ କ୍ଷତି ପୂରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଶ୍ରୀ ନାୟକ ଏହି ଆଇନ ଉପରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଶ୍ରୀ ସାହୁ ପୋସ୍କୋ ଆଇନ ଉପରେ ନିଜ ବକ୍ତବ୍ୟ ରଖିଥିଲେ।

Ad..


ଶ୍ରୀ ଦାଶ ଏହି ଆଇନ ଗଠନ ତଥା ଏହାର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ ମୁଖ୍ୟ ଅତିଥି ବିଭୂତିଭୂଷଣ ନାୟକ,ଜିଲ୍ଲା ସମ୍ପାଦକ ନ୍ୟାୟଧିସ, ମୁନସୀ ସାହୁ ଆଇନ ଜିବୀ,ବରଗଡ଼ ବିମଳ କୁମାର ଦାସ, ବିଶିଷ୍ଟ ଆଇନ ଜୀବି ଓ ପରାମର୍ଶଦାତା ଓ ଅଭିଭାବକ ସଂଘ ର ସଭାପତି...

Ad..


ଚୁମ୍ବେଲାଳ ଭୋଇ ସମ୍ମାନିତ ଅତିଥି , କଲେଜ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ବିଶେଷ ଅତିଥି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହରିବୋଲ ପଧାନ ବିଶେଷ ସହଯୋଗ କରିଥିଲେ । ପରିଶେସ ରେ ଓଡ଼ିଆ ଅଧ୍ୟାପିକା ଲୀଳାବତୀ ପଧାନ ଧନ୍ୟବାଦ ଅର୍ପଣ କରିଛନ୍ତି ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post