ଅମଠି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ହକି ଖେଳାଳୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ...
ଝାରବନ୍ଧ,୧୦/୦୯ (ବିଜୟ କୁମାର ସାହୁ): ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ଅମଠି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ହକି ଚୟନ ପ୍ରକ୍ରିୟା ସମାପନ ହୋଇଯାଇଅଛି।
Ad..
ଉକ୍ତ ଚୟନ ପ୍ରକ୍ରିୟା ରେ ମୁଖ୍ୟ ଅତିଥି ଭାବେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ଯୋଗଦାନ ଦେଇଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀଯୁକ୍ତ ପତି ଏବଂ ଅମଠି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଳାମଣୀ ତ୍ରିପାଠୀ ଛାତ୍ରଛାତ୍ରୀ ମାନଙ୍କ ସହ କରମର୍ଦନ କରିବା ସହ ହକି ଖେଳ ସମ୍ପର୍କିତ ଉଦବୋଧନ ପ୍ରଦାନ କରିଥିଲେ।
Ad..
ଏହାପରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁ ପ୍ରମୁଖ ଭୂମିକା ତୁଲାଇଥିଲେ।ବୈତାଳି କ୍ଲଷ୍ଟର ରେ ପୂର୍ବରୁ ଦୁଇବର୍ଷ ହେଲା ଖେଳାଳୀ ମାନେ ବ୍ଲକ, ଜିଲ୍ଲା ତଥା ରାଜ୍ୟ ସ୍ତରରେ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିସାରିଛନ୍ତି ଯେଉଁଥିପାଇଁ ଶ୍ରୀ ସାହୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ତେଣୁ ସମସ୍ତେ ତାଙ୍କୁ ପ୍ରସଂସା କରିଥିଲେ।
Ad..
ଗତବର୍ଷ ଝାରବନ୍ଧ ବ୍ଲକର ଦୁଇ ଛାତ୍ର ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରକୁ ଚୟନ ହୋଇଥିଲେ।ଚଳିତ ବର୍ଷ ଆହୁରି ଭଲ ପ୍ରଦର୍ଶନ ହେବ ବୋଲି ବିଇଓ କହିଥିଲେ।ଉକ୍ତ ଚୟନ ପ୍ରକ୍ରିୟା ରେ ଅମଠି ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଯୋଗେନ୍ଦ୍ର ପ୍ରଧାନ, ଝାରବନ୍ଧ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁମନ୍ତ ସାହୁ...
Ad..
ଗୋଠୁଗୁଡା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆଭାସ ପଟେଲ, ତୁର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଗଣେଷ ମେହେର ଏବଂ ଡୁଙ୍ଗୁରିଚଢା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉତ୍ସର୍ଗୀକୃତ ଶିକ୍ଷକ ସନାତନ ବରିହା ସକ୍ରିୟ ସହଯୋଗ କରିଥିଲେ।ଆସନ୍ତା ୧୩ ତାରିଖରେ ସୋହେଲା ବ୍ଲକରେ ଜିଲ୍ଲା ସ୍ତରୀୟ ହକି ଚୟନ ପ୍ରତିଯୋଗିତା ହେବ ସେଥିପାଇଁ ୧୫ ଜଣିଆ ଦଳ ଆଜି ଗଠନ କରାଯାଇଥିଲା।
Report : Bijay ku sahu
Edited by k.s thakur...





