ଆନନ୍ଦମୟୀ ଶିକ୍ଷଣ ଉପରେ ଦୁଇଦିନ ଧରି ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଆୟୋଜିତ...

ଆନନ୍ଦମୟୀ ଶିକ୍ଷଣ ଉପରେ ଦୁଇଦିନ ଧରି ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଆୟୋଜିତ...


ବଲାଙ୍ଗୀର,୧୦/୦୯ : ଇ. ଟି. ଇ.ଆଇ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ବଲାଙ୍ଗିର ଠାରେ ୱାଇ.ସି.ଡି.ଏ(ୟୁଥ୍ କାଉନସିଲ୍ ଫର୍ ଡେଭଲପମେଣ୍ଟ ଅଲଟରନେଟିଭ୍ସ୍) ବଲାଙ୍ଗିର ଦ୍ଵାରା ଏବଂ ଡି. ଆଇ. ଇଟି. ( ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ବଲାଙ୍ଗିର) ଙ୍କ ସହାୟତା ରେ ଆନନ୍ଦମୟୀ ଶିକ୍ଷଣ (Joyful L earning) ଉପରେ ଦୁଇଦିନ ଧରି ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। 

Ad..


ଏହି ତାଲିମ କାର୍ଯ୍ୟକ୍ରମ ରେ ଅଭିନବ ମିଶ୍ର(ବ୍ଲକ ଶିକ୍ଷା ଅଧିକାରୀ), ବେଲପଡ଼ା,  ଡ. ଜୟ ପ୍ରକାଶ ଦାଶ(ପ୍ରିନ୍ସିପାଲ, ଡି.ଆଇ.ଇଟି.,ବଲାଙ୍ଗିର),ଜ୍ଞାନେନ୍ଦ୍ର ମଲିକ(ପ୍ରିନ୍ସିପାଲ,ଇ.ଟି. ଇ.ଆଇ,ବଲାଙ୍ଗିର), ଲକ୍ଷ୍ମଣ ପ୍ରଧାନ (ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ପୁଇଁନ୍ତଲା),   ସୁଭ୍ରତା ଜେନା( ପ୍ରୋଗ୍ରାମ ମ୍ୟାନେଜର, ୱାଇ.ସି.ଡି.ଏ,ବଲାଙ୍ଗିର) ଏବଂ ଜ୍ୟୋତି କୁମାର ରଥ(ପ୍ରୋଗ୍ରାମ ମ୍ୟାନେଜର, ୱାଇ.ସି.ଡି.ଏ,ବଲାଙ୍ଗିର) ଅତିଥି ଭାବେ ଯୋଗଦାନ କରିଥିଲେ। 

         Ad..


ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା ମିତ୍ର (ଶିକ୍ଷକ ପ୍ରଶିକ୍ଷିକା,ଡି.ଆଇ.ଇଟି., ବଲାଙ୍ଗିର), ସଞ୍ଜୟ ବାରିକ (ଶିକ୍ଷକ ପ୍ରଶିକ୍ଷକ, ଡି. ଆଇ.ଇଟି,ବଲାଙ୍ଗିର)ଏବଂ ସ୍ୱାଗତିକା ବଳିଆରସିଂହ ( ଶିକ୍ଷକ ପ୍ରଶିକ୍ଷିକା, ଡି. ଆଇ. ଇଟି, ବଲାଙ୍ଗିର)ଶିକ୍ଷକ ମାନଙ୍କୁ Joyful Learning ର ଗୁରୁତ୍ଵ ଏବଂ ଶ୍ରେଣୀଗୃହ ରେ ଶିକ୍ଷଣ ପ୍ରକ୍ରିୟା କୁ ମଜାଦାର କରିବାର ପ୍ରକ୍ରିୟା ଉପରେ ଅଧିବେଶନ ପରିଚାଳନା କରିଥିଲେ।

Ad..


କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ନିକିତା ଦାଶ (ବ୍ଲକ୍ ସଂଯୋଜିକା, ୱାଇ.ସି.ଡି.ଏ,ବଲାଙ୍ଗିର)ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ର ସମାପନୀ ସମାରୋହ ରେ ଶ୍ରୀଯୁକ୍ତ ଆଲୋକ କୁମାର ପଟେଲ(ଉପ ଜିଲ୍ଲାପାଳ, ବଲାଙ୍ଗିର) ଏବଂ ଡ଼. ସୁଧୀର ସାହୁ (ଆସିଷ୍ଟାଣ୍ଟ ପ୍ରଫେସର,ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ,ବଲାଙ୍ଗିର) ଅତିଥି ଭାବେ ଯୋଗଦାନ କରିଥିଲେ।

Ad..


ସମ୍ପୂର୍ଣ କାର୍ଯ୍ୟକ୍ରମ ଟି YCDA ର ସଦସ୍ୟ , ଡି. ଆଇ.ଇ.ଟି ର ସଦସ୍ୟ, ଇ.ଟି.ଇ.ଆଇ, ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମିଳିତ ଉଦ୍ୟମରେ ସଫଳ ହୋଇଛି।




Edited by k.s thakur...

Post a Comment

Previous Post Next Post