ବରଗଡ଼ ଭଟଲି ଛକ ଓଭରବ୍ରିଜ ତଳେ ପାଣିଜମି ରାସ୍ତା ସମସ୍ୟା ; ଲୋକ ଙ୍କ ଚାନ୍ଦାରେ ହେଲା ମରାମତି...

ବରଗଡ଼ ଭଟଲି ଛକ ଓଭରବ୍ରିଜ ତଳେ ପାଣିଜମି ରାସ୍ତା ସମସ୍ୟା ; ଲୋକ ଙ୍କ ଚାନ୍ଦାରେ ହେଲା ମରାମତି...


(ଖବର ପ୍ରସାରିତ ପରେ ମଧ୍ୟ ପ୍ରଶାସନ ନିରବ,ନେତା ଙ୍କୁ ଉପହାସ)

ବରଗଡ଼,୦୧/୦୯(ବିଜୟ କୁମାର ସାହୁ): ବରଗଡ଼ ଭଟଲି ରାସ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସଂଯୋଗ କରୁଥିବା ଏକମାତ୍ର ପ୍ରମୁଖ ରାସ୍ତା ବରଗଡ଼ ରାଣାପ୍ରତାପ ସ୍କୁଲ ପାଖ ଅଭରବ୍ରିଜ ତଳ ରାସ୍ତା ଦୀର୍ଘ ଦିନ ହେଲା ସଚୋନୀୟ ଅବସ୍ଥାରେ ପଡି ରହିଥିଲା। 

      Ad..


ବର୍ଷା ସମୟରେ ପାଖାପାଖି ଦୁଇରୁ ତିନିଫୁଟ ପାଣି ଜମି ରହୁଥିଲା ଦୀର୍ଘ ଦୁଇମାସ ଧରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ଜନତା । ଏହି ଖବର ଆମେ ମଧ୍ୟ ପ୍ରକାଶ କରିଥିଲୁ ତାର ସମାଧାନ କରାଯାଇନଥିଲା। 

       Ad..


ପ୍ରତ୍ୟକ ଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା ଏଣୁ ଆଜି ବରଗଡ଼ ସଂଯୁକ୍ତ କୃଷକ ସଂଗଠନ, ସଂକଳ୍ପ ପରିବାର, କୋଶଳ ସେନା ସହିତ ସ୍ଥାନୀୟ ବାସିନ୍ଦା ବାହାରି ନିଜ ନିଜ ଭିତରେ ୫୦, ୧୦୦ ଟଙ୍କା ଅସୁଲ  କରି ଉକ୍ତ ରାସ୍ତାର ମରାମତି କରିଥିଲେ। 

Ad..


ଉକ୍ତ ରାସ୍ତାର ମରାମତି ସମୟରେ ସ୍ୱତଃସ୍ବୃତ ଭାବରେ ଲୋକ ସାମିଲ ହୋଇଥିଲେ। ଏପରିକି ଖବର ସଂଗ୍ରହ କରିବା ପାଈଁ ଆସିଥିବା ସାମ୍ବାଦିକ ବନ୍ଧୁ ମାନେ ମଧ୍ୟ ମିଶି ଶ୍ରମଦାନ କରିଥିଲେ ଓ ମାତ୍ର ଦୁଇ ଘଣ୍ଟାର ପରିଶ୍ରମ ପରେ ଉକ୍ତ ରାସ୍ତାର ମରାମତି ସମ୍ପୂର୍ଣ କରିଥିଲେ। 

Ad..


ପ୍ରଶାସନ କୁ ବାରମ୍ବାର ଗୁହାରି କରି ସୁଦ୍ଧା ସାମାନ୍ୟ ଟିକକ ରାସ୍ତା ମରାମତି ହୋଇପାରି ନ ଥିବା ସତ୍ବେ ଲୋକ କରି ଦେଖାଇଲେ ଯାହା ସ୍ଥାନୀୟ ନେତା ଙ୍କୁ ଉପହାସ ନୁହେଁ କି ବୋଲି ବରଗଡ଼ ରେ ଆଲୋଚନା ଓ ସମାଲୋଚନା ହେଉଛି।

Ad..



Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post