୧୯୭୫ ମେଟ୍ରିକ୍ ବେଚ ର ନୂଆଁଖାଇ ଭେଟଘାଟ ; ଅସଂଖ୍ୟ ବନ୍ଧୁ ଙ୍କ ସମାଗମ...
ବରଗଡ଼,୩୧/୦୮(ବିଜୟ କୁମାର ସାହୁ): ଆଜି ରବିବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ସତ୍ୟ ପଣ୍ଡା ଓ ଗୋବିନ୍ଦ ଦାଶ ଙ୍କ ଆବାହକତ୍ବରେ ତଥା ନିର୍ମଳ କିଶୋର କର ଙ୍କ ସଂଯୋଜନାରେ...
Ad..
ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବ୍ୟାଚ ପକ୍ଷରୁ ନୂଆଖାଇ ଭେଟଘାଟ ବହୁ ଆଡମ୍ବର ସହକାରେ ଆମର ଅଧଷ୍ଠାତ୍ରୀ ମା ସମଲେଶ୍ୱରୀଙ୍କ ପୂଜା ଆରାଧନା ସହ ଅନୁଷ୍ଠିତ ହୋଇଛି।
Ad..
ସପରିବାର ସହ ଯୋଗ ଦେଇ ପରସ୍ୱର ମଧ୍ୟରେ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହିତ ଚଳିତ ମାସରେ ସାତଜଣ ସାଙ୍ଗ ମାନଙ୍କ ଜନ୍ମ ଦିନ ପଡ଼ିଥିବାରୁ ସମସ୍ତ ଙ୍କୁ ପୁଷ୍ପ ଗୁଛ ଦେଇ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।
Ad..
ଆମ ୧୯୭୫ ବେଚର ଜଣେ ସହପାଠୀ ଶ୍ରୀ ଶ୍ରୀରାଜ ମିଶ୍ର ଙ୍କ ଭୁବନେଶ୍ୱରରେ ସ୍ଵର୍ଗବାସ ହୋଇଥିବାରୁ ଏକ ମିନିଟ ନିରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଛୋଟ ଛୋଟ ଶିଶୁମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ଏହା ପୂର୍ବରୁ ଶ୍ରୀ ବାଳମୁକୁନ୍ଦ ଦାଶ ମାଁ ସମଲେଶ୍ଵରୀ ଙ୍କ ପୂଜା ଅର୍ଚ୍ଚନା କରି ପ୍ରସାଦ ବିତରଣ କରିଥିଲେ ।ଆଜିର ଏହି ବୈଠକରେ ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ତୁଳସୀ ଚରଣ ଦାଶ, ସୁଧାଂଶୁ ଶତପଥୀ, ଅଶୋକ କୁଅଁର, ପ୍ରସନ୍ନ ସାମଲ୍, ବାସୁଦେବ ପ୍ରଧାନ, ଅଶୋକ ପ୍ରଧାନ,ଅଭୟ ଭୋଇ...
Ad..
କୁନୁ ବଢେଇ,ଅଜୟ ବାରିକ , ରବିନ୍ଦ୍ର ପାଣିଗ୍ରାହୀ, ସୁରେନ୍ଦ୍ର କୁମାର ଦାଶ, ସୁକୁମାର ଦାଶ, ସୁରେନ୍ଦ୍ର ପାଣିଗ୍ରାହୀ, ଗୋପାଳ ଦାଶ,ସ୍ବାଧୀନ ମହାରଣା, ଦେବୀ ପଟ୍ଟନାୟକ, ପୃଥ୍ବୀରାଜ ନାଏକ, ତାନସେନ ସରାଫ, କହ୍ନେଇଲାଲ ଗୁପ୍ତା, ଅଶୋକ ଅଗ୍ରୱାଲ...
Ad..
ବନୱ।ରୀଲାଲ କଟାରୁକା, କୁଞ୍ଜ ବିହାରୀ ଗୁପ୍ତା ,ବିନୋଦ ଅଗ୍ରୱାଲ,ରାଜେନ୍ଦ୍ର ଲାଠ, ଜୟଦେବ ବହିଦାର, ସୁନୀଲ ଦାଶ,ସମ୍ବଲପୁର ରୁ ପ୍ରମୋଦ ମିଶ୍ର, ଶୁଶାନ୍ତ ନାଏକ ଆଦି ସପରିବାର ଯୋଗଦେଇ ସହଯୋଗ କରିଥିଲେ ।ଶେଷରେ ଶତୃଘ୍ନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...







