ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ...
ପାଇକମାଳ,୩୧/୦୮(ବିଜୟ କୁମାର ସାହୁ): ପବିତ୍ର ନୃସିଂହନାଥ ପୀଠରେ ଥିବା ସଂସ୍କୃତି ମଣ୍ଡପ ଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ଗାୟତ୍ରୀ ବାହିନୀ ଦ୍ୱାରା ପରିଚାଳିତ ହୋଇଯାଇଛି ।
Ad..
କାର୍ଯ୍ୟକ୍ରମରେ ବିଭିନ୍ନ ଆକର୍ଷଣୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛୋଟ ମାନଙ୍କ ପାଇଁ ଜିଲେପି ଖିଆ,ନାଚ ,ଗୀତ ଓ ବଡ଼ମାନଙ୍କ ପାଇଁ ରଙ୍ଗୋଲି, ଚୌକି ବସା, ଗୀତା ପାଠ,ଆଧ୍ୟାତ୍ମିକ କୁଇଜ୍ ସହ ଅନ୍ୟାନ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।
Ad..
ଅନ୍ନ ପ୍ରସାଦ ସେବନ ପରେ ଏକ ବୈଠକ ମାତୃପ୍ରସାଦ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣ ସମାଜର ସଭାପତି ଗିରିଶ ଚନ୍ଦ୍ର ନାୟକ ଓ ସମ୍ମାନିତ ଅତିଥି ଶଙ୍କର ଦାସ...
Ad..
ସୁଶିଲ ମହାପାତ୍ର , ସୁବଳ ପଣ୍ଡା, ମନୋହର ମିଶ୍ର, ବୁଲୁ ନାୟକ ଓ ସତ୍ୟନାରାୟଣ ଯୋଶୀ ପ୍ରମୁଖ ଯୋଗ ଦେଇ ସମାଜର ଉନ୍ନତି ବିଷୟରେନିଜ ନିଜ ର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
Ad..
କଳ୍ପନା ବଡ଼ପଣ୍ଡା , ସୌରେନ୍ଦ୍ରି ପଣ୍ଡା, ସୀମାରାଣୀ ଦାଶ, ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ ଓ ତପସ୍ୱିନୀ ପାଣିଗ୍ରାହୀ ପ୍ରମୁଖ ଙ୍କ ସହ ଗାୟତ୍ରୀ ବାହିନୀ ଏବଂ ପର୍ଶୁରାମ ବାହିନୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ସୁଶାନ୍ତ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
Brahman samaj
latest news
latest update
nrusinghnath
nuakhai bhaet ghat
odisha daily current affairs
paikmaal





