ରାଜଧାନୀ ର ଛାତି ଉପରେ ସମ୍ମାନିତ ହେବେ କୋଶଳ ସଂଗ୍ରାମୀ ସୁଶାନ୍ତ ମିଶ୍ର...

ରାଜଧାନୀ ର ଛାତି ଉପରେ ସମ୍ମାନିତ ହେବେ କୋଶଳ ସଂଗ୍ରାମୀ ସୁଶାନ୍ତ ମିଶ୍ର...


ବରଗଡ଼,୩୧/୦୮(ବିଜୟ କୁମାରସାହୁ):- ସେପ୍ଟେମ୍ବର ୧୩ ତାରିଖ ଦିନ ରାଜଧାନୀ ର ଛାତି ଉପରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ବାରା ପ୍ରଦତ୍ତ ସଂଗ୍ରାମୀ ମାଧୋ ସିଂ ସମ୍ମାନ ରେ ସମ୍ମାନିତ ହେବେ କୋଶଳ ସଂଗ୍ରାମୀ ସୁଶାନ୍ତ ମିଶ୍ର। 

       Ad..


ବରଗଡ଼ ଜିଲ୍ଲା ର ସୋହେଲା ବାଉସେନମୁରା ର ଜଣେ ସଂଗ୍ରାମୀ। କୋଶଳ ଆନ୍ଦୋଳନ ର ଜଣେ ସଚ୍ଚୋଟ ଦକ୍ଷ ସେନାପତି ‌। ଅଭାବ ଅନାଟନ ଓ ଦୁର୍ଦ୍ଦିନରେ ଜୀବନ ଜିଇଁ ତାଙ୍କ ସ୍ତ୍ରୀ ଙ୍କ ବିୟୋଗ ପରେ ଦୁଇ ଶିଶୁ ଙ୍କୁ ଲାଳନପାଳନ କରି ବହୁ କଷ୍ଟ ସ୍ବୀକାର କରୁଛନ୍ତି। 

Ad..


ହେଲେ କୋଶଳ ଆନ୍ଦୋଳନ କୁ ଛାଡି ନାହାନ୍ତି। ପୂର୍ବରୁ ଯେଉଁଭଳି ଜୀବନ ଦେଇ ସଂଗ୍ରାମ ଚଳାଇଥିବା ଏବେବି ସମସ୍ୟା ବଢିଥିଲେ ବି ସେହି ସଂଗ୍ରାମ ଅବ୍ଯାହତ ରହିଛି। 

Ad..


ବରଗଡ଼ ଜିଲ୍ଲା ରେ କେନସର ହସ୍ପିଟାଲ ଦାବି ହେଉଛି ଧନୁଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ଆନ୍ଦୋଳନ ହେଉ କିମ୍ବା କୋଶଳ ରାଜ୍ୟ ଗଠନ ଦାବି ପାଇଁ ଆନ୍ଦୋଳନ ହେଉ ଜୀବନ ସାରିବା ପାଇଁ ମଧ୍ୟ କେବେ ପଛଘୁଞ୍ଚା ଦେଇନାହାନ୍ତି। 

Ad..


ସେଭଳି ଜଣେ ସଚ୍ଚୋଟ ସଂଗ୍ରାମୀ ଙ୍କୁ ଆଜି ସମ୍ମାନିତ କରିବା ପାଇଁ ପଶ୍ଚିମ ଓଡିଶା ଯୁବା ମଞ୍ଚ ଘୋଷଣା କରିଥିବା ରୁ ସମଗ୍ର ବରଗଡ଼ ଜିଲ୍ଲାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ର ନିଷ୍ପତ୍ତି କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଉଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post