ସୋହେଲା କୁ ଏନ୍ ଏ ସି ଘୋଷଣା ପରେ ଅଦିନିଆ ଦିନବେଳା ଦିପାବଳୀ...
ବରଗଡ଼,୩୧/୦୮(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ସୋହେଲା କୁ ସରକାର ଏନ୍ ଏ ସି ଘୋଷଣା କରିଥିବା ରୁ ସୋହେଲା ରେ ଅଦିନିଆ ଦୀପାବଳୀ ଉତ୍ସବ ପାଳନ ହୋଇଛି।
Ad..
ଦିର୍ଘ ବର୍ଷ ରୁ ସୋହେଲା କୁ ଏନ୍ ଏ ସି ଘୋଷଣା କରିବା ପାଇଁ ଦାବି ହୋଇ ଆସୁଥିଲା ଏବେ ନୂଆ ସରକାର ଗଠନ ହେବାପରେ ଲୋକ ଙ୍କ ସରକାର ସୋହେଲାବାସୀ ଙ୍କ ଦାବି ଶୁଣିଛନ୍ତି। ଏଇ କିଛିଦିନ ତଳେ ସରକାର ପ୍ରସ୍ତାବିତ କରିଥିଲେ ଯେ ଓଡ଼ିଶା ରେ ଏନ୍ ଏ ସି ସଂଖ୍ୟା ବଢିବ।
Ad..
ଏହାକୁ ଆଧାର କରି ଭଟଲି ନିର୍ବାଚନ ମଣ୍ଡଳୀ ର ଯୁବ ବିଧାୟକ ଇରାସିସ୍ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ବତନ୍ତ୍ର ଭାବରେ ଭେଟି ସୋହେଲା ଅଂଚଳ ର ଦିର୍ଘ ଦିନରୁ ଥିବା ଦାବି କୁ ଲିଖିତ ଉପସ୍ଥାପନ କରିଥିଲେ।
Ad..
ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭଟଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ଇରାସିସ ଆଚାର୍ଯ୍ୟ ଙ୍କ ଦାବି କୁ ସରକାର ସମ୍ମାନ ଦେଇ ସୋହେଲା କୁ ଏନ୍ ଏ ସି ଘୋଷଣା କରିଛନ୍ତି।
Ad..
ଫଳରେ ସୋହେଲା ର ବହୁ ଅନୁଷ୍ଠାନ, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଙ୍କୁ ଅଂଚଳବାସୀ ଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
Report : Bijay ku sahu
Edited by k.s thakur...
Tags:
Bargarh
cm mohan Majhi
latest news
latest update
MLA irasis acharya
NAC
odisha daily current affairs
sohela





