ବାଞ୍ଝିପାଲିରେ ଅଙ୍ଗଦାନ ଶିବିର ଅନୁଷ୍ଠିତ ; ସମସ୍ତେ ଅଙ୍ଗଦାନ କରିବା ଉଚିତ - ସଂଘମିତ୍ରା ପଟେଲ...

ବାଞ୍ଝିପାଲିରେ ଅଙ୍ଗଦାନ ଶିବିର ଅନୁଷ୍ଠିତ ; ସମସ୍ତେ ଅଙ୍ଗଦାନ କରିବା ଉଚିତ - ସଂଘମିତ୍ରା ପଟେଲ...


ବରଗଡ଼,୩୧/୦୮(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ବାଞ୍ଝିପାଲି ଗ୍ରାମରେ ଗତକାଲି ଏକ ଅଙ୍ଗଦାନ ଶିବିର ହୋଇଯାଇଛି। ଦୃଷ୍ଟିଦାନ ଆଇ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ଖେଦାପାଲି...

      Ad..


ସରକାରୀ ଚିକିତ୍ସାଳୟର କର୍ମଚାରୀ ସୁନିଲ ସାହା, ସମାଜସେବୀ ସଂଘମିତ୍ରା ପଟେଲ ଅତିଥି ଭାବେ ଯୋଗଦେଇ ଅଙ୍ଗଦାନର ଆବଶ୍ୟକତା ବିଷୟରେ କହିଥିଲେ। 

         Ad..


ମଣିଷ ମରଣଶୀଳ ତେଣୁ ନିଜ ଅଙ୍ଗଦାନ କରି ଅନ୍ୟଜଣଙ୍କୁ ନୂତନ ଜୀବନ ଦେଇପାରିଲେ ହିଁ ଜୀବନର ମହତ୍ତ୍ଵ ପ୍ରତିପାଦିତ ହୋଇପାରେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। 

Ad..


ଏହାପରେ ଉକ୍ତ ଗ୍ରାମର ସୀତାରାମ ଦାସ ନିଜ ଅଙ୍ଗଦାନ ପାଇଁ ସ୍ୱାକ୍ଷର କରିଥିଲେ। କାର୍ଯ୍ୟକ୍ରମରେ କିରଣ ଅଗ୍ରୱାଲ,ସନ୍ତୋଷ ଅଗ୍ରୱାଲ,ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ,ଫଣିନ୍ଦ୍ର ଠେଲା, ବିକାଶ କୁମାର ପ୍ରମୁଖ ଯୋଗଦେଇ ସଭିଏଁ ଅଙ୍ଗଦାନ କରିବାକୁ ଅନୁରୋଧ କରିଥିଲେ। 

Ad..


ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ଶିକ୍ଷାବିତ୍, ବରିଷ୍ଠ ନାଗରିକ ଓ ଜନ ସାଧାରଣ ଉପସ୍ଥିତ ଥିଲେ। ଶେଷରେ ମାନସ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...


Post a Comment

Previous Post Next Post