ନିର୍ଝରିଣୀ ଅନୁଷ୍ଠାନକୁ ମିଳିଲା ଡୁଡନୁ ପ୍ରେରଣା ସମ୍ମାନ...
କଣ୍ଟାବାଞ୍ଜି,୩୧/୦୮ : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀକୁ ଭୁବନେଶ୍ବରର ଅଗ୍ରଣୀ ଅନୁଷ୍ଠାନ ଡୁଡନୁ ଫାଉଣ୍ଡେସନ ଟ୍ରଷ୍ଟର ଷଷ୍ଠ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ପ୍ରେରଣା ସମ୍ମାନ ପ୍ରଦାନ କରାଯାଇଥିଲା।
Ad..
ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବରେ ଯୋଗ ଦେଇଥିବା ରାଜ୍ୟସଭା ସାସଂଦ ସୁଲତା ଦେଓ,ବିଧାୟକ ବାବୁସିଂ,ବିଧାୟକ ଅନନ୍ତ ନାରାୟଣ ଜେନା...
Ad..
ମେୟର ସୁଲୋଚନା ଦାସ,ଅରୁନ୍ଧତୀ ଦେବୀ,ଭୁତପୂର୍ବ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଅଧ୍ୟକ୍ଷା ଡ.ବନ୍ଦନା ହରିଚନ୍ଦନଙ୍କର କର କମଳରୁ ନିର୍ଝରିଣୀ ଅନୁଷ୍ଠାନକୁ ପ୍ରଦତ୍ତ ପ୍ରେରଣା ସମ୍ମାନ ୨୦୨୫ କୁ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଗ୍ରହଣ କରିଥିଲେ।
Ad..
ପ୍ରକାଶ ଥାଉକି ନିର୍ଝରିଣୀ ଅନୁଷ୍ଠାନ ଦୀର୍ଘ ବାଆର ବର୍ଷ ଧରି କଳା,ସାହିତ୍ୟ, ସଂସ୍କୃତି, ପରିବେଶ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହିତ ରକ୍ତଦାନ ଶିବିର,ବୃକ୍ଷ ରୋପଣ, କରୋନା ସମୟରେ ଖାଦ୍ୟ...
Ad..
ମାସ୍କ,ସେନିଟାଇଜର ବଣ୍ଟନ, ସଚେତନ ସଭାର ଆୟୋଜନ ସମେତ ଅନେକ ଜନହିତକାରୀ କାର୍ଯ୍ୟ କରି ଲୋକଙ୍କ ପ୍ରଶଂସାର ପାତ୍ର ହୋଇପାରିଛି।
Ad..
ଏହି ଖବର ଜାଣିବା ପରେ ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁ,ସୂର୍ଯ୍ୟକାନ୍ତ ରଣା, ନରେନ୍ଦ୍ର ସୁନା, ଅଞ୍ଜଳି ମାଝୀ, ମମତା ପଣ୍ଡା ସମେତ ସମସ୍ତ ସଭ୍ୟସଭ୍ୟା, ବୁଦ୍ଧିଜୀବୀ ଓ ସମାଜସେବୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।
Ad..
Edited by k.s thakur...







