ସର୍ବ ପୁରାତନ ଅଂଚଳ ମହାବିଦ୍ୟାଳୟ କୁ ସଂପୂର୍ଣ୍ଣ ସରକାରୀ ଘୋଷଣା ଦାବି...
ବରଗଡ଼,୩୧/୦୮(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ର ସର୍ବ ପୁରାତନ ଅଂଚଳ ମହାବିଦ୍ୟାଳୟ ପଦ୍ମପୁର ଏବେ ବିଭିନ୍ନ ସମସ୍ୟା କୁ ନେଇ ଗତିଶୀଳ ରହିଥିବା ରୁ ମହାବିଦ୍ୟାଳୟ ର ବର୍ତ୍ତମାନ ସ୍ଥିତି କୁ ନେଇ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।
Ad..
ଯେତେବେଳେ ସମଗ୍ର ପଦ୍ମପୁର ଉପଖଣ୍ଡ ରେ ଉଛ ଶିକ୍ଷା ଦାନ ପାଇଁ କୈଣସି ବିକଳ୍ପ ବ୍ୟବସ୍ଥା ନ ଥିଲା ସେ ସମୟ ରେ ସ୍ଥାନୀୟ ଅଂଚଳବାସୀ ଙ୍କ ଉଦ୍ୟମ ରେ ଏକ କଲେଜ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପରିକଳ୍ପନା କରାଯାଇଥିଲା।
Ad..
୧୯୬୨ ମସିହାରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଦ୍ବାରା ଜମିଦାନ ଦିଆଯାଇ ଉଚ୍ଚ ଶିକ୍ଷା ପାଇଁ ଉଦ୍ୟମ କରାଯାଇ ୧୯୬୫ ରେ କଲେଜ ଶିକ୍ଷା ଆରମ୍ଭ କରାଯାଇଥିଲା। ଅଂଚଳବାସୀ ଙ୍କ ଅବଦାନ ଥିବାରୁ ଏହି ଶିକ୍ଷାନୁଷ୍ଠାନ ର ନାମକରଣ ଅଂଚଳ ମହାବିଦ୍ୟାଳୟ ରଖାଗଲା।Ad..
ସେ ସମୟ ରୁ ବର୍ତମାନ ୨୦୨୫ ଭିତରେ ଅଂଚଳ ମହାବିଦ୍ୟାଳୟ ତାର ଦିର୍ଘ ୬ ଦଶନ୍ଧି ଦେଖି ସାରିଛି ହେଲେ ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ସରକାରୀ କଲେଜ ଘୋଷଣା ହୋଇପାରି ନ ଥିବାରୁ ଆଜି ଅନେକ ସମସ୍ୟା ରେ ଗତି କରୁଛି ଅଂଚଳ ମହାବିଦ୍ୟାଳୟ।
Ad..
ସ୍ଥାନୀୟ ଜନପ୍ରତିନିଧି ଙ୍କ ଅସହଯୋଗ ମନୋଭାବ ହେଉ କିମ୍ବା କାର୍ଯ ହାସଲ କରିବାର ଦକ୍ଷତା ନ ଥାଉ ଏହି ମହାବିଦ୍ୟାଳୟ ର ପାଚେରି ୬୦ ବର୍ଷ ପରେ ମଧ ସଂପୂର୍ଣ୍ଣ ହୋଇପାରି ନାହିଁ।
Ad..
ଏହି ମହାବିଦ୍ୟାଳୟ ର ମାତ୍ର ଦୁଇ ତିନି ବର୍ଷ ପୂର୍ବରୁ ସ୍ଥାପିତ ହୋଇଥିବା ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ଆଜି କୁ ସଂପୂର୍ଣ୍ଣ ସରକାରୀ ହୋଇଥିବା ବେଳେ ପଦ୍ମପୁର ଅଂଚଳ ମହାବିଦ୍ୟାଳୟ ଆଜି ବି ସଂପୂର୍ଣ୍ଣ ସରକାରୀ ଘୋଷଣା ହୋଇପାରି ନାହିଁ।
Ad..
ପାଠ ପଢ଼ାଇବା ପାଇଁ ଆବଶ୍ୟକ ଥିବା ପ୍ରଧ୍ୟାପକ, ପ୍ରଧ୍ଯାପିକା, ଅଧ୍ୟାପକ, ଅଧ୍ଯାପିକା ଙ୍କ ଅଭାବ ରହିଛି। କେମେଷ୍ଟ୍ରୀ ରେ ୩ ପଦବୀ, ଫିଜିକ୍ସ ରେ ଜଣେ ,ବୋଟାନୀ ରେ ଜଣେ, ଏଜୁକେଶନ ରେ ଜଣେ ,ଗଣିତ ବିଭାଗ ରେ ୨ ଜଣ ଙ୍କ ପଦବୀ ଖାଲି ପଡ଼ିଛି।
ଯୁକ୍ତ ଦୁଇ ଓ ତିନି ବିଭାଗ ରେ ମୋଟ ୨୨୪୮ ଜଣ ଛାତ୍ରଛାତ୍ରୀ ବର୍ତ୍ତମାନ ବିଭିନ୍ନ ବିଷୟରେ ପାଠ ପଢିବାକୁ ରହିଥିବା ବେଳେ ଏବେ ୧୦ ଟି ବିଷୟରେ ସ୍ନାତକ ପିଜି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ସାମୁହିକ ଦୁଇହଜାର ଛାତ୍ର ଛାତ୍ରୀ ଏକାଠି ବସି ସେମିନାର କିମ୍ବା କୈଣସି କାର୍ଯକ୍ରମ କରିବା ପାଇଁ ଅଡିଟେରିୟମ ନାହିଁ।
ଖେଳକୁଦ ପାଇଁ ମଧ୍ୟ ପଡିଆର ଆବଶ୍ୟକ ରହିଛି। ୪୦୦ ମିଟର ଟ୍ରାକ ପାଇଁ ପଡ଼ିଆ ନାହିଁ। ସେହିପରି ଛାତ୍ରୀ ମାନଙ୍କ ରହିବା ପାଇଁ ହଷ୍ଟେଲ ର ବ୍ୟବସ୍ଥା ନାହିଁ। ବିଜ୍ଞାନ ବିଷୟରେ ଶିକ୍ଷା ପାଇଁ ବଡ ବିଜ୍ଞାନଗାର ର ଆବଶ୍ୟକ ଥିବାବେଳେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ସମସ୍ୟା ରହିଛି।
କେବଳ ସରକାର ସରକାରୀ ଦରମା ଦେଉଥିବା ବେଳେ ଅଂଚଳ ମହାବିଦ୍ୟାଳୟ ସ୍ଥାପିତ ହେବାର ଆଜି କୁ ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ ସରକାରୀ କରି ନାହାନ୍ତି। ବରଗଡ଼ ଜିଲ୍ଲା ର ସର୍ବ ପୁରାତନ ମହାବିଦ୍ୟାଳୟ ହୋଇଥିବାରୁ ସରକାର ଅଂଚଳ ମହାବିଦ୍ୟାଳୟ କୁ ସଂପୂର୍ଣ୍ଣ ସରକାରୀ ଘୋଷଣା କରିବାକୁ ଦାବି ହେଉଛି।
Report : Bijay ku sahu
Edited by k.s thakur...







