ବରଗଡ଼ ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ପୂର୍ଣ୍ଣାଙ୍ଗ କ୍ୟାନ୍ସର ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ସରକାର ଙ୍କୁ ଘେରିଲା ବିଜେଡି...
ବରଗଡ଼ ୧୬/୦୯ (ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ରେ ଦିନ କୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ପାଖାପାଖି ୬ ଶହ ରହିଥିବା ବେଳେ ଏବେ ମାତ୍ର ୩୦ ପ୍ରତିଶତ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଅଧ୍ୟୟନ ରତ ରହିଛନ୍ତି ।
Ad..
ଏଥି ସହିତ ୬୦ ପ୍ରତିଶତ ପାରା ମେଡିକାଲ ଷ୍ଟାପ ପଦବୀ ଖାଲି ରହିଛି । ଯା ଫଳରେ ଜିଲ୍ଲା ରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ସରକାର କୁ ଆସିବା ପୂର୍ବରୁ ବାହାସ୍ଫୋଟ ମାରିଥିବା ବିଜେପି ସରକାର ଆସିବାର ଦେଢ଼ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଅତି ବାହିତ...
Ad..
ହୋଇ ଯାଇଥିଲେ ବି ଡାକ୍ତର ପଦବୀ ପୂରଣ ତ ଦୂରର କଥା ଧୀରେ ଧୀରେ ସ୍ୱାସ୍ଥ୍ୟ ସେବା ବେହାଲ ହୋଇ ଜନ ସାଧାରଣ ନାହିଁ ନ ଥିବାର ଦୁଃଖ ଭୋଗ କରୁଛନ୍ତି ବୋଲି ବିଜେଡି ଏକ ଖବର ଦାତା ସମ୍ମିଳନୀ ରେ ପରିପ୍ରକାଶ କରିଛି।
Ad..
ବରଗଡ଼ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ରୀତା ସାହୁ ,ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପୌରାଧ୍ଯକ୍ଷା କଳ୍ପନା ମାଝୀ, ଉପାଧ୍ଯକ୍ଷ ରାଜେଶ ଅଗ୍ରଓ୍ବାଲା...
Ad..
ଗୌରହରି ମିଶ୍ର, ଯୁବ ବିଜେଡି ସଭାପତି ପ୍ରଦ୍ଯୁମ୍ନ ତ୍ରିପାଠି, କିଶୋର ମିଶ୍ର , ଉମା ଚରଣ ରାଉତ ପ୍ରମୁଖ ଉପସ୍ଥିତ ରହି ବିଜେପି ସରକାର କୁ କଟୁ ସମାଲୋଚନା କରିବା ସହିତ ବରଗଡ଼ ରେ ତତ୍ କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ବରଗଡ଼ ରେ ସ୍ଥାପିତ କ୍ୟାନ୍ସର ହସ୍ପିଟାଲ କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଚେତାବନୀ ଦେଇଥିଲେ।
Ad..
ତତ୍ କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ବାସୀ ଙ୍କ ଦାବି ଙ୍କୁ ସମ୍ମାନ ଜଣାଇ G+5 ଡିଜାଇନ୍ କୁ ମଞ୍ଜୁରୀ ପ୍ରଦାନ କରି ଥିଲେ ଯେଉଁ ଥିରେ ଗ୍ରାଉଣ୍ଡ ଫ୍ଲୋର ରେ ଡିପାର୍ମେଣ୍ଟ ଅଫ୍ ରେଡି ଏସନ୍ ଥେରାପି ସହିତ ବଙ୍କର, ମେଡିକାଲ୍ ଆଙ୍କୋଲୋଜି,ଓପି ଡି ସର୍ଜିକାଲ ଆଙ୍କୋଲୋଜୀ, ଓପିଡି ୨୦ ନ ଡେ କେୟାର ବେଡ...
Ad..
ପେଟି ସିଟି ,ଗାମା, ହଟ ଚେମ୍ବର , ସର୍ଜିକାଲ୍ ଆଙ୍କୋଲୋଜୀ ,ଓ ଟି ୨୦ ବେଡେଡ ଆଇ ସି ୟୁ ମଞ୍ଜୁରୀ ହୋଇ ୨୦୨୧ ମସିହା ର ଶେଷ ଭାଗକୁ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା।
ତତ୍ ସଙ୍ଗେ ସଙ୍ଗେ ହସ୍ପିଟାଲ ପାଇଁ ଆବଶ୍ୟକୀୟ ଯନ୍ତ୍ର ପାତି ଯୋଗାଇ ଦିଆ ଯାଇଥିଲା । ଏବଂ ଧାର୍ଯ୍ୟ ସମୟ ପୂର୍ବରୁ ୨୦୨୪ ଜାନୁଆରୀ ମାସ ରେ ତତ୍ କାଳୀନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା।
ଏଥି ସହିତ ତିନି ଜଣ ଡାକ୍ତର ଓ ପାରା ମେଡିକାଲ ଷ୍ଟାପ୍ ନିଯୁକ୍ତି ଦିଆ ଯାଇ କ୍ୟାନ୍ସର ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଥିଲା।୨୦୨୪ ରାଜ୍ୟ ରେ ବିଜେପି ସରକାର ଗଠନ ହେଲା ପରେ ସରକାରୀ ଉଦାସୀନତା ଓ ନିର୍ବାଚିତ ଜନ ପ୍ରତିନିଧି ଙ୍କ ଅଣ ଦେଖା ଫଳରେ ଧୀରେ ଧୀରେ କ୍ୟାନ୍ସର ହସ୍ପିଟାଲ ତାର ଅସ୍ତିତ୍ବ ହରାଇ ବସିଛି।
ଦୁଃଖ ର ବିଷୟ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବରଗଡ଼ ଜିଲ୍ଲା ଦାୟିତ୍ବ ରେ ଥିବା ବେଳେ ବରଗଡ଼ କ୍ୟାନ୍ସର ହସ୍ପିଟାଲ ପ୍ରତି ଆଖି ବୁଜି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବିଜେଡି ଉଲ୍ଲେଖ କରି ତୁରନ୍ତ ଏହି କ୍ୟାନ୍ସର ହସ୍ପିଟାଲ କୁ ପୂର୍ଣ୍ଣ କାର୍ଯ୍ୟ କ୍ଷମ କରିବା ସହ ଜନ ସାଧାରଣ ଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅନ୍ତୁ।
ଅନ୍ୟଥା ଆଗାମୀ ଦିନ ରେ ବିଜେଡି ଜନ ସାଧାରଣ ଙ୍କ ପାଇଁ ରାଜ ରାସ୍ତା କୁ ଓହ୍ଲାଇବା ବାଧ୍ୟ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଚେତାବନୀ ପ୍ରଦାନ କରିଛି।
Report : Bijay ku sahu
Edited by k.s thakur...







