ନିର୍ଝର ଓ କୋସଲି ପ୍ରୟାସ ପତ୍ରିକା ଉନ୍ମୋଚିତ...

ନିର୍ଝର ଓ କୋସଲି ପ୍ରୟାସ ପତ୍ରିକା ଉନ୍ମୋଚିତ...


କଣ୍ଟାବାଞ୍ଜି,୧୬/୦୯ : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ରଣାସାର ଇଂରାଜୀ କୋଚିଙ୍ଗ ସେଣ୍ଟରରେ ମହାଧୂମଧାମରେ ପାଳିତ ହୋଇଯାଇଛି।

Ad..


ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନରେନ୍ଦ୍ର ସୁନା, ମୁଖ୍ୟ ଅତିଥି, ଡ.ନାରାୟଣ ମିଶ୍ର ମୁଖ୍ୟବକ୍ତା, ଚନ୍ଦ୍ରଭାନୁ ବେହେରା ଓ  ଉମେଶ କୁମାର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

        Ad..


ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।ପୂଜାର୍ଚ୍ଚନା ପରେ ଅଞ୍ଜଳି ମାଝୀ ଓ ସାଧବୀ ସାହୁଙ୍କ ସମ୍ପାଦନାରେ ସମ୍ପାଦିତ ଅନୁଷ୍ଠାନର...

Ad..


ଦ୍ୱିମାସିକ କୋସଲି ପତ୍ରିକା ' ନିର୍ଝର' ଓ ଉମେଶ କୁମାର ବେହେରାଙ୍କ ଦ୍ୱାରା ସମ୍ପାଦିତ 'କୋସଲି ପ୍ରୟାସ' ଉନ୍ମୋଚିତ ହୋଇଥିଲା।ତାପରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକ ଅମରକାନ୍ତ ବେହେରାଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ, ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

Ad..


ପ୍ରିତୀଶ୍ରୀ ରଣା ସଂସ୍କୃତରେ ନୂଆଁଖାଇ କବିତା ପାଠ କରିବା ସହିତ ଦୀପା ନାୟକ, ସୋମନାଥ ଦଣ୍ଡସେନା,ସହସମ୍ପାଦିକା ଅଞ୍ଜଳି ମାଝୀ, ରମେଶ ବାରିକ,ଅମରକାନ୍ତ ବେହେରା କବିତା ପାଠ କରିଥିଲେ।

Ad..


ଏହି କାର୍ଯ୍ୟକ୍ରମରେ ପରିଚାଳନା ସମ୍ପାଦିକା ମମତା ପଣ୍ଡା, ସବିତା ରଣା, ମମତା ରଣା,କିଶୋର ବରିହା, ଥମିର ଛତ୍ରିଆ,କୈଳାସ ଦୀପ,ହେରମ୍ବ ବାଗ,ମହିମା ପ୍ରସାଦ ରଣା,ଅପୁ କୁମାର ଭୋଇ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।

Ad..






Edited by k.s thakur...

Post a Comment

Previous Post Next Post