ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ଦ୍ୱାରା "ମା ପାଇଁ ଗଛଟିଏ"କାର୍ଯ୍ୟକ୍ରମ...

ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ଦ୍ୱାରା "ମା ପାଇଁ ଗଛଟିଏ"କାର୍ଯ୍ୟକ୍ରମ...


କଣ୍ଟାବାଞ୍ଜି,୧୭/୦୯ : ଓଡିଶା ସରକାର ଅନ୍ତର୍ଗତ ଉଚ୍ଚ ଶିକ୍ଷା ବିଭାଗ ସଚିବ ଙ୍କ ଦ୍ୱାରା ୧୭ ତାରିଖରେ"ମା ପାଇଁ ଗଛଟିଏ"କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାର ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟକାରୀ କରିବାପାଇଁ ନିର୍ଦେଶ ଦିଆଯାଇଥିଲା

Ad..


ଏହି ଆଧାରରେ ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ଛାତ୍ରୀମାନଙ୍କ ଦ୍ୱାରା ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତଙ୍କ ସଭାପତିତ୍ୱରେ ଚଟୁଅନଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଟୁଅନଖା ଓ ବେହେରେନସିଲେଟ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।

         Ad..


ଏହି କାର୍ଯ୍ୟକ୍ରମ ରେ ଚଟୁଅନଖା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଜ୍ଞାନ ରଞ୍ଜନ ତାଣ୍ଡି, ସମସ୍ତ ୱାର୍ଡ ମେମ୍ବର ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ!ମହାବିଦ୍ୟାଳୟ ର ପ୍ରାୟ 250 ରୁ ଉର୍ଦ୍ଧ ଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି ମା ପାଇଁ ଗଛଟିଏ ରୋପଣ କରିଥିଲେ।

Ad..


ଏହି କାର୍ଯ୍ୟକ୍ରମ ଆଗରୁ ଚଟୁଅନଖା ଗ୍ରାମ ପଞ୍ଚାୟତ ପରିସରରେ ମହିଳା ସ୍ନାତକ ମହାବିଦ୍ୟାଳୟ ର ଛାତ୍ରୀମାନେ ଏକାଠି ହୋଇ ସରପଞ୍ଚ, ୱାର୍ଡ ମେମ୍ବର, ଅଧ୍ୟାପକ, ଅଧ୍ୟାପିକା ମାନଙ୍କର ଉପସ୍ଥିତିରେ ପରିବେଶ ସୁରକ୍ଷା କରିବା ସହିତ ପ୍ରତେକ ବର୍ଷ ବୃକ୍ଷ ରୋପଣ କରିବା ପାଇଁ ସାମୁହିକ ଶପଥ ପାଠ କରିଥିଲେ।

Ad..


ଏହା ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏହି ସମୟରେ ଛାତ୍ରୀମାନଙ୍କର ମନରେ ଆନନ୍ଦ ଉତ୍ସାହ ପରିଲିକ୍ଷିତ ହୋଇଥିଲା।

Ad..


ଚଟୁଅନଖା ଓ ବେହେରେନସିଲେଟ ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ପରିଶେଷରେ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା. ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହ କରିବା ସହିତ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Ad..






Edited by k.s thakur...


Post a Comment

Previous Post Next Post