ଅମିତ୍ କୁମାର ଗୁରୁ ହେବେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି!...

ଅମିତ୍ କୁମାର ଗୁରୁ ହେବେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି!...

ସମ୍ବଲପୁର,୧୫/୦୯ : ତୃଣ ମୂଳ ସ୍ତରରେ ବହୁ ମାନସ ମନ୍ଥନ ପରେ ଏବେ ଖୁବଶୀଘ୍ର ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋନୀତ ହେବେ ବୋଲି ଜଣାପଡିଛି। ଦଳର ପୁରୁଖା ନେତା ଅମିତ ଗୁରୁଙ୍କୁ ଏହି ଦାୟିତ୍ବ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଛି। 

Ad..


ସେ ଜଣେ ସୁଦୃଢ଼ ସଙ୍ଗଠକ ଭାବେ ପରିଚିତ। ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦ ପାଇଁ ସେ ଯୋଗ୍ୟ ପ୍ରାର୍ଥୀ ବୋଲି କୁହାଯାଉଛି। 

        Ad..


ଏନେଇ ରାଜସ୍ଥାନ ବିଧାୟକ ତଥା ପର୍ଯ୍ୟବେକ୍ଷକ ଇନ୍ଦ୍ର ସିଂହ ଗୁଜରଠାରେ ସମ୍ବଲପୁର ଜିଲ୍ଲାର ଅଧିକାଂଶ କର୍ମୀ ଅମିତଙ୍କୁ ସମର୍ଥନ କରିଥିବାବେଳେ ତାଙ୍କୁ ସଭାପତି କରିବା ପାଇଁ ସୁପାରିଶ ମଧ୍ୟ କରିଥିବା ଜଣାପଡ଼ିଛି। 

Ad..


ସୂଚନାଯୋଗ୍ୟ ଯେ, ବି.ଟେକ ପରେ ଏମବିଏ କରିଥିବା ଶ୍ରୀ ଗୁରୁଙ୍କ ରାଜନୈତିକ ଯାତ୍ରା ବହୁ ସଂଘର୍ଷ ରହିଛି। ୨୦୦୮ ମସିହାରେ ଛାତ୍ର କଂଗ୍ରେସରେ ଜଣେ ପରାମର୍ଶଦାତା ଭାବେ ସେ ଯୋଗଦେଲେ। 

Ad..


୨୦୧୧-୧୫ରେ ଉପଜିଲ୍ଲା କଂଗ୍ରେସ ଅଧ୍ଯକ୍ଷ ଭାବେ ଭୋଟ ଦ୍ବାରା ନିର୍ବାଚିତ ହୋଇଥିଲେ।ପରବର୍ତ୍ତୀ ସମୟରେ ୨୦୧୫-୧୮ ସମ୍ବଲପୁର ସଂସଦୀୟ କ୍ଷେତ୍ର ଯୁବ କଂଗ୍ରେସ ଉପାଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଥିଲେ। 

Ad..


୨୦୧୮-୨୩ ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି, ସମ୍ବଲପୁର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବାବେଳେ ୨୦୨୩ ରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଚିବ ଭାବେ ନିଯୁକ୍ତ ହୋଇଥିଲେ । 

Ad..


ସେହି ସମୟରେ ଛେଣ୍ଡିପଡ଼ା ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ଭାରପ୍ରାପ୍ତ ଭାବେ ଦାୟିତ୍ଵ ନେଇଥିଲେ। ଅନ୍ୟ ପକ୍ଷରେ ଟାଟା ପାୱା ଦୁର୍ନୀତି ଉଦ୍‌ଘାଟନ କାର୍ଯ୍ୟକ୍ରମ ବେଳେ ବରଗଡ଼ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇ ନିଜର ଦକ୍ଷତା ଦେଖାଇଥିଲେ। 

୨୦୧୩ ମସିହାରେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ମଧ୍ଯ ହୋଇଥିଲେ। ଏ ସବୁ ଅଭିଜ୍ଞତା ଓ ରାଜନୀତି ଦକ୍ଷତା କୁ ନେଇ ବର୍ତ୍ତମାନ ଆଲୋଚନା କରାଯାଉଅଛି ଯେ ଅମିତ୍ କୁମାର ଗୁରୁ ହିଁ ଜିଲ୍ଲା ସଭାପତି ପଦ ପାଇଁ ସୁଯୋଗ୍ୟ।




Edited by k.s thakur...

Post a Comment

Previous Post Next Post