ଭାରତୀ ଶିଶୁ ସାହିତ୍ୟ ସଂସଦ ର ଆଲୋଚନା ଚକ୍ର...
(କବି ଗଙ୍ଗାଧର ଥିଲେ ଦ୍ଵିତୀୟ କାଳିଦାସ ମତ ପ୍ରକାଶ )
ବରଗଡ଼, ୧୫/୦୯(ବିଜୟ କୁମାର ସାହୁ): କବି ଗଙ୍ଗାଧର ଏ ମାଟି ର ବରପୁତ୍ର ତାଙ୍କ ରଚିତ ତପସ୍ଵିନୀ,ପ୍ରଣୟ ବଲ୍ଲରୀ ଓ କିଚକ ବଧ କାବ୍ୟ ରେ ସଂସ୍କୃତ ର ପ୍ରଭାବ ଦେଖିବାକୁ ମିଳେ।
Ad..
କବି ଶ୍ରେଷ୍ଠ କାଳିଦାସ ଙ୍କ ଅନବଦ୍ୟ ସାହିତ୍ୟ ର ଅନୁସରଣ ଗଙ୍ଗାଧର ସାହିତ୍ୟ ରେ ପ୍ରତିଫଳିତ ହୋଇଥିବାରୁ କବି ଗଙ୍ଗାଧର ହେଉଛନ୍ତି ଭାରତ ବର୍ଷ ର ଦ୍ବିତୀୟ କାଳିଦାସ ବୋଲି ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ସ୍ଥିତ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଟିତ ଆଲୋଚନା ଚକ୍ର ରେ ମତ ପ୍ରକାଶ ପାଇଛି ।
Ad..
ଶିଶୁ ସାହିତ୍ୟ ସଂସଦ ର ସଭାନେତ୍ରୀ ଛାତ୍ରୀ ଧରିତ୍ରୀ ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ସଂସଦ ର ସମ୍ପାଦିକା ଛାତ୍ରୀ ସାଳିନୀ ସା ସଂଯୋଜନା କରିଥିଲେ ।
Ad..
ଏହି ଅବସର ରେ ବିଶିଷ୍ଟ ଶିଶୁ ସାହିତ୍ୟକ ଡ ରବିନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବି ଗଙ୍ଗାଧର ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
Ad..
ସମ୍ମାନିତ ଅତିଥି ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଓ ମୁଖ୍ୟ ଆଲୋଚକ ଭାବେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ କପିଲ ବାଗ ଯୋଗ ଦେଇ "ଗଙ୍ଗାଧର ସାହିତ୍ୟ ରେ ସଂସ୍କୃତ ର ପ୍ରଭାବ" ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା...
Ad..
କରି ସଂସ୍କୃତ କୁ ବୁଝି ପାରୁଥିବା ଓ ସଂସ୍କୃତ ଭାଷା କୁ ଭଲ ପାଉଥିବା ରୁ କବି ଙ୍କ କାଳଜୟୀ କାବ୍ୟ କବିତା ରେ ସଂସ୍କୃତ ର ପ୍ରଭାବ ଦେଖିବାକୁ ମିଳିଥାଏ ବୋଲି ଉଲ୍ଲେଖ କରି...
Ad..
କବି ଗଙ୍ଗାଧର ଙ୍କ ପ୍ରଣୟବଲ୍ଲରୀ ଓ ମହାକବି କାଳିଦାସ ଙ୍କ ବିରଚିତ ଅଭିଜ୍ଞାନ ଶାକୁନ୍ତଲମ୍ ନାଟକ ର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ। ସଂସଦ ର ଉପଦେଷ୍ଠା ଶିକ୍ଷକ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
gangadhar meher
Kali das
latest news
latest update
odisha daily current affairs
odisha news







