ଘାସିରାମ ମାଝୀଙ୍କୁ ନୂଆପଡ଼ାରୁ ପ୍ରାର୍ଥୀ କରିପାରେ କଂଗ୍ରେସ...
ନୂଆପଡ଼ା,୧୫/୦୯ : ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପିସିସିର ଇସାରା ଦେଇଛନ୍ତି ।
Ad..
ସେ କହିଛନ୍ତି ନୂଆପଡ଼ା ଉପ-ନିର୍ବାଚନରେ ଘାସିରାମ ମାଝୀ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି । ଗତ ନିର୍ବାଚନରେ ସ୍ୱାଧୀନ ଭାବେ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ୍ ପାଇଥିଲେ।
Ad..
ଘାସିରାମ ବାବୁ ଏବେ କଂଗ୍ରେସର ଜିଲ୍ଲା ସଂଯୋଜକ ଅଛନ୍ତି।ଆମର ପ୍ରାର୍ଥୀ ଚୟନ ଦଳର ହାଇକମାଣ୍ଡ କରିବେ।ଯେଉଁମାନେ ଭୟଭୀତ ସେମାନେ ଏବେଠୁ ମାର୍କେଟିଂ ଆରମ୍ଭ କରିଦେଲେଣି।
Ad..
ସୂଚନା ଯୋଗ୍ୟ; ଗତ ସାଧାରଣ ନିର୍ବାଚନରେ ନୂଆପଡ଼ାରୁ ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ଯାହାଫଳରେ କଂଗ୍ରେସ ଟିକେଟ୍ ଆଶାୟୀ ଘାସିରାମ ମାଝିଙ୍କର ଟିକେଟ୍ କଟିଥିଲା । ହେଲେ ତା ପରେ ବି ସେ ସ୍ୱାଧୀନ ଭାବେ ଠିଆ ହୋଇଥିଲେ ।
Ad..
Edited by k.s thakur...
Tags:
by election
candidate
congress
ghashiram majhi
latest news
latest update
nuapada
nuapada news
odisha news





