ଅଳ୍ପ ସମୟ ମଧ୍ୟରେ ଭୁଶୁଡ଼ି ପଡିଛି ଡାକ୍ତରଙ୍କ opd ଚାମ୍ୱରର ଛାତ୍, ନିର୍ମାଣ କାର୍ଯ୍ୟ କୁ ନେଇ ଜନ ଅସନ୍ତୋଷ...

ଅଳ୍ପ ସମୟ ମଧ୍ୟରେ ଭୁଶୁଡ଼ି ପଡିଛି ଡାକ୍ତରଙ୍କ opd ଚାମ୍ୱରର ଛାତ୍, ନିର୍ମାଣ କାର୍ଯ୍ୟ କୁ ନେଇ ଜନ ଅସନ୍ତୋଷ...

କଣ୍ଟାବାଞ୍ଜି,୦୧/୦୮ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ opd ଚାମ୍ୱର ର ଛାତ୍ ଭୁଶୁଡ଼ି ପଡିଛି। କିଛି ଦିନ ଅଳ୍ପ ବର୍ଷା ଯୋଗୁଁ ଛାତ ରେ ପାଣି ଝରୁ ଥିବା ଯୋଗୁଁ ଏହି ଘଟଣା ଘଟିଲା ଥିବା କୁହା ଯାଉଛି।

       Ad..

ସୂଚନା ଅନୁସାରେ, ବିଗତ ସରକାର ସମୟର ୫ଟି ସରକାରୀ ଅନୁଦାନ ଯୋଗୁଁ  କଣ୍ଟାବାଞ୍ଜି ସରକାରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ନଵି କରଣ କାର୍ଯ୍ୟ କରାଯାଇଥିଲା। ଲକ୍ଷାଧିକ ଟଙ୍କାର ଅନୁଦାନ ରାଶି ଏହି କାର୍ଯ୍ୟ ପାଇଁ ମଧ୍ୟ ଆସିଥିଲା।

      Ad..


ହେଲେ ଠିକାଦାର ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାମ ସଠିକ୍ ଭାବରେ ଓ ଉତ୍ତମ ମାନର ନ ହୋଇଥିବା ଯୋଗୁଁ ଆଜି ଏହି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ବୋଲି ଲୋକେ କହିଛନ୍ତି।

Ad..


କଣ୍ଟାବାଞ୍ଜି ସରକାରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଏମସିଏଚ ରେ ମଧ୍ୟ କାର୍ଯ୍ୟ କୁ ନେଇ ଜନ ସନ୍ତୋଷ ଅନେକ ଥର ସାମ୍ନାକୁ ଆସିଛି। ନିର୍ମାଣ ର କିଛି ବର୍ଷ ମଧ୍ୟରେ ଜରା ଜୀର୍ଣ୍ଣ ଅବସ୍ଥା ପରି ପରିଲକ୍ଷିତ ହେଉଛି।

Ad..


ଆଜିର ଘଟଣା ଘଟିବା ପରେ ଲୋକେ ରୋଗୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। କାହିଁକି ନା ଯଦି ଡାକ୍ତରଙ୍କ opd ଚାମ୍ୱର ର ଛାତ୍ ଭୁଶୁଡ଼ି ପଡୁଛି ତେବେ ଚିକିତ୍ସାଧୀନ ରୋଗୀ ମାନଙ୍କୁ ଅବା ପଚାରେ କିଏ ବୋଲି ରୋଗୀଙ୍କ ସଂପର୍କୀୟ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ରେ କୌଣସି ହତା ହତ ହୋଇ ନ ଥିବା ଜଣା ପଡ଼ିଛି।




Edited by k.s thakur...

Post a Comment

Previous Post Next Post