ତୁରେକେଲା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୂକାରୀ ରତ୍ନାମଣି ବରାଳ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା...
ତୁରେକେଲା,୦୧/୦୭ : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୂକାରୀ ରତ୍ନାମଣି ବରାଳ ଗୁରୁବାର ଚାକିରିରୁ ଅବସର ଗ୍ରହଣ କରିଛନ୍ତି।
Ad..
ସେ ୧୯୮୬ ମସିହାରେ ନଭେମ୍ବର ୧୮ ତାରିଖ ରେ ବଙ୍ଗୋମୁଣ୍ଡା ବ୍ଲକରେ ପ୍ରଥମ କରି ସମନ୍ବିତ ଶିଶୁ ବିକାଶ କାଶ ପ୍ରକଳ୍ପ କାର୍ଯ୍ୟାଳୟରେ ସୁପରଭାଇଜର ଭାବରେ ଚାରିରେ ଯୋଗ ଦେଇ ସବୁ ବେଳେ ଜଣେ ଦାୟିତ୍ବବାନ କର୍ମଚାରୀ ଭାବରେ କାର୍ଯ୍ୟକରି ଆସୁଥିଲେ।
Ad..
୨୦୨୩ ମସିହାରେ ସେ ତୁରେକେଲା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାବରେ ଯୋଗ ଦେଇଥିଲେ। ସେ ଜଣେ ଦକ୍ଷ ଅଧିକାରୀ ଭାବେ ଅଞ୍ଚଳବାସୀ ଲୋକ ପ୍ରିୟତା ହାସଲ କରିଥିଲେ।
Ad..
ତୁରେକେଲା ବ୍ଲକ ଭଲି ପଛୁଆ ଅଞ୍ଚଳ ରେ ସେ ସବୁ ବେଳେ ତତ୍ପରତ ସିଲ ହୋଇ କାର୍ଯ୍ୟ କରି ସରକାରୀ ସୁବିଧାସୁଯୋଗ ଗର୍ଭବତୀ ଓ ଶିଶୁ ଏବଂ କିଶୋରୀ ପହଞ୍ଚିବାକୁ ପ୍ରୟାସ କରୁଥିଲେ।
Ad..
ଗୁରୁବାର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧୂକାରୀ ରତ୍ନାମଣି ବରାଳ ଚାକିରୀ ଅବସର ଗ୍ରହଣ କରିବା ପରେ ସମସ୍ତ କର୍ମଚାରୀ ଭାବ ବିହ୍ବଳ ହୋଇ ପଡ଼ିଥିଲେ। ଘର ଜଣେ ମୁରବି ଭାବରେ ସବୁ ବେଳେ ଉଚିତ ରାସ୍ତାରେ ଚାଳିବାକୁ ପରାମର୍ଶ ଦେଉଥିଲେ ବୋଲି ତୁରେକେଲା ବ୍ଲକର ସମସ୍ତ କର୍ମଚାରୀ ପ୍ରକାଶ କରିଥିଲେ।
Edited by k.s thakur...





