ବରଗଡରେ ଜିଲ୍ଲା ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ...
(ଏକ ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ପାଇଁ କାମ କରିବା : ମୁଖ୍ୟ ଅତିଥି)
ବରଗଡ,୧୫/୦୮ : ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆ ଠାରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...
Ad..
ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ବରଗଡ ଜିଲ୍ଲାର ପଦ୍ମ ପୁରସ୍କାର ପ୍ରାପ୍ତ ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବ୍ୟକ୍ତିବିଶେଷଙ୍କ ସମେତ ଶିକ୍ଷା, କ୍ରିଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରି ସ୍ଵାଧୀନତା ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
Ad..
ସମାରୋହରେ ପଦ୍ମଶ୍ରୀ ଭାଗବତ ପ୍ରଧାନ, ଅପରେସନ ସିନ୍ଦୁରର ସଫଳତାରରେ ଭାଗିଦାର ଥିବା ଶଶସ୍ତ୍ର ସୀମାବଳରେ ଇନ୍ସପେକ୍ଟର ଜିଡ଼ି ଶ୍ରୀ ସୁମନ୍ତ ସାହୁଙ୍କ ପରିବାର ବର୍ଗ, ମୃତ୍ୟୁ ପରେ ନିଜ ଶରୀରର ସମସ୍ତ ଅଙ୍ଗ ଦାନ କରିଥିବା ସ୍ବର୍ଗତ ଗଙ୍ଗାଧର ପ୍ରଧାନ ଓ ଚମ୍ପାବତୀ ପ୍ରଧାନଙ୍କ ସମ୍ପର୍କୀୟ ଏବଂ ଇଣ୍ଡିଆ ବୁକ ରେକର୍ଡ...
Ad..
ଧାରୀ ସ୍ମୃତିସାଲୋମ ଭୋସାଗରଙ୍କ ସମେତ ୭ ଜଣ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା ଏବଂ ନକ୍ସଲ ଅପରେସନରେ ସହୀଦ ହୋଇଥିବା ସିଆରପିଏଫ ଯବାନ ସ୍ବର୍ଗତ ପଦ୍ମଲୋଚନ ମାଝୀଙ୍କ ମା ଶ୍ରୀମତୀ ଶର୍ମିଲା ମାଝୀଙ୍କୁ ଚାରି ଡେସିବିଲି ଜମି ପଟ୍ଟା ପ୍ରଦାନ କରିଥିଲେ।
Ad..
ଏତଦବ୍ୟତୀତ ବାଳକ ଏବଂ ବାଳିକା ବର୍ଗର ସର୍ବୋତ୍ତମ ଏନ.ସି.ସି. କେଡେଟ ଏବଂ ବି.ଏସ.ଇ, ସି. ବି.ଏସ.ଇ ଓ ଆଇ.ସି.ଏସ.ଇ. ଦଶମ ବୋର୍ଡ ପରୀକ୍ଷାରେ ବରଗଡ଼ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ଜଣେ ବାଳକ ଏବଂ ଜଣେ ବାଳିକାଙ୍କୁ ମିଶାଇ ସର୍ବମୋଟ ୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ପ୍ୟାରେଡ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା ।
Ad..
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ମୁଖ୍ୟ ଅତିଥିଙ୍କୁ ପେରେଡ ପଡିଆ ମଂଚ ଉପରକୁ ପାଛୋଟି ଆଣିଥିଲେ। ଜିଲ୍ଲାପାଳ ଶ୍ରୀ ଗୋୟଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଷିତ ରାଷ୍ଟ୍ରୀୟ ସଂଗୀତ ଏବଂ ତତ୍ପରେ ରିଜର୍ବ ପୋଲିସ ନିରୀକ୍ଷକ ତଥା କମାଣ୍ଡର ଶ୍ରୀ ସନ୍ତୁନୁ ପ୍ରଧାନୀଙ୍କ ଦ୍ଵାରା ପରିଚାଳିତ ପରେଡରେ, ପୋଲିସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ରେଡ଼-କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ୍ ଏବଂ ଗାଇଡ୍ ଓ ସିଭିଲିଆନ ସମେତ ୩୨ ଗୋଟି ଟ୍ରୁପ ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ଗୋୟଲ ନିଜ ଅଭିଭାଷଣରେ ବରଗଡ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ବୀରତ୍ଵ ଏବଂ ବଳିଦାନର ଇତିହାସ ବିଷୟରେ କହିବ ସହ ଜିଲ୍ଲାରେ ପ୍ରଶାସନ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକଳାପ ଏବଂ ଯୁଗଉପଯୋଗୀ କାର୍ଯ୍ୟ ସମସ୍ତ ବିଷୟରେ କହିଥିଲେ ।
ଏତଦବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଆଲୋକପାତ କରି ଶିକ୍ଷା, ସ୍ୱାସ୍ଥ୍ୟ ସେବା, କ୍ରିଡା, ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ବିକାଶ କରିବା ସହ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଠନ କରିବା ପାଇଁ ସମସ୍ତ ଜିଲ୍ଲାବାସୀଙ୍କ ସହଭାଗୀତା ଲୋଢିଥିଲେ ।
ସମ୍ମିଳିତ ପ୍ୟାରେଡର ସମାପ୍ତି ପରେ ମୁଖ୍ୟ ଅତିଥି ଓ ସମସ୍ତ ସମ୍ମାନିତ ଅତିଥି ପେରେଡ ପଡିଆ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଥିଲେ। ସମାରୋହରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ସମେତ ଜିଲ୍ଲା କାରାଗାର ସମସ୍ତ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଦିଆଯାଇଥିବା ବେଳେ ଜିଲ୍ଲା ମୁଖ୍ୟ କିକିତ୍ସାଳୟରେ ରୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଫଳ ବଣ୍ଟନ କରଯାଇଥିଲା।
ଦିବସ ପାଳନ ଅବସରରେ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧଧୂନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଏବଂ ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀ ମିଳିତ ଭାବେ ଜିଲ୍ଲା ମୁଖ୍ୟାଳୟରେ ଥିବା ସମସ୍ତ ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଦିବସର ସମସ୍ତ କାର୍ଯ୍ୟକ୍ରମ ସୁ-ପରିଚାଳନା ପାଇଁ ମୁଖ୍ୟ ଯନ୍ତ୍ରୀ,ପୂର୍ତ୍ତ ବିଭାଗ, ବରଗଡ, ପ୍ୟାରେଡ ପଡିଆରେ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା।
Report : Bijay ku sahu
Edited by k.s thakur...






